ୟେଦ୍ୟୁରପ୍ପାଙ୍କ ପାଇଁ ଅଗ୍ନିପରୀକ୍ଷା: କର୍ଣ୍ଣାଟକାର ୧୫ ଆସନ ପାଇଁ ଭୋଟିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 4, 2019

ୟେଦ୍ୟୁରପ୍ପାଙ୍କ ପାଇଁ ଅଗ୍ନିପରୀକ୍ଷା: କର୍ଣ୍ଣାଟକାର ୧୫ ଆସନ ପାଇଁ ଭୋଟିଂ

ବେଙ୍ଗାଲୁରୁ: ନାଟକୀୟ ଢଙ୍ଗରେ କର୍ଣ୍ଣାଟକାରେ ବିଜେପି ସରକାର ଗଠନ କରିବା ସହ ବିଏସ୍‌ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ୟେଦ୍ୟୁରପ୍ପା ସରକାର ପାଇଁ ଅଗ୍ନିପରୀକ୍ଷାର ବେଳ ଆସି ପହଞ୍ଚିଛି। ଆଜି କର୍ଣ୍ଣାଟକାର ୧୫ଟି ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ୧୫ଟି ଆସନରୁ ୟେଦ୍ୟୁରପ୍ପା ସରକାରଙ୍କୁ ଯେମତି ହେଲେ ବି ୬ଟି ଆସନ ଜିତିବାକୁ ପଡ଼ିବ। ଆସନ୍ତା ସୋମବାର ଏହି ସବୁ ଆସନର ଫଳାଫଳ ପ୍ରକାଶ ପାଇବ। ସାରା ଦେଶର ନଜର ଏହା ଉପରେ ରହିଛି।

ପୂର୍ବରୁ କର୍ଣ୍ଣାଟକାରେ ସରକାର ଗଠନ କରିଥିବା କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟର ୧୭ ବିଧାୟକ ବିଦ୍ରୋହ ଘୋଷଣା କରିଥିଲେ। ସେମାନେ ବିଜେପି କଥାରେ ପଡ଼ି ସରକାରଙ୍କୁ ବିରୋଧ କରିବାରୁ ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ୧୭ ବିଧାୟକ ଅଯୋଗ୍ୟ ହେବାରୁ ବିଧାନସଭାର ଆସନ ସଂଖ୍ୟା ମଧ୍ୟ ହ୍ରାସ ପାଇଥିଲା। ଏହାର ଫାଇଦା ଉଠାଇ ବିଜେପି ୧୦୬ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଥିଲା।

ଏବେ ୧୫ ଆସନ ପାଇଁ ଭୋଟିଂ ହେଉଥିବାରୁ ବିଧାନସଭା ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ତେଣୁ ଦଳକୁ ସରକାର ଗଠନ ଓ ମୁଖ୍ୟନ୍ତ୍ରୀ ୟେଦ୍ୟୁରପ୍ପାଙ୍କୁ ନିଜର ଚୌକି ବଞ୍ଚାଇବାକୁ ହେଲେ ଆଜି ଭୋଟିଂ ହୋଇଥିବା ୧୫ଟି ଆସନରୁ ଅତିକମରେ ୬ଟି ଆସନ ଦଖଲ କରିବାକୁ ପଡ଼ିବ।

କର୍ଣ୍ଣାଟକାର ୨୨୫ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩। ହେଲେ ଏବେ ବି ମାସକି ଓ ଆର ଆର ନଗର ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ତେଣୁ ୨୨୩ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୨।

ଆଜି ୧୫ଟି ଆସନ ପାଇଁ ହେଉଥିବା ନିର୍ବାଚନରେ ବିଜେପି ୧୩ ଜଣ ବିଦ୍ରୋହୀ କଂଗ୍ରେସ ଓ ଜେଡିଏସ୍‌ ନେତାଙ୍କୁ ପ୍ରାର୍ଥୀ କରିଛି। ଏବେ ୧୫ଟି ଆସନରେ ଭୋଟ ହୋଇଥିବାରୁ ବିଧାନସଭାର କ୍ଷମତା ୨୨୩କୁ ବୃଦ୍ଧି ପାଇବ।

ବିଜେପି ପାଖରେ ୧୦୫ ବିଧାୟକ ଥିବା ବେଳେ ଜଣେ ସ୍ୱାଧୀନ ବିଧାୟକ ଦଳକୁ ସମର୍ଥନ କରୁଛନ୍ତି। ୨୨୩ ଆସନ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୨ରେ ପହଞ୍ଚି ଯିବ। ତେଣୁ ବିଜେପି ସରକାର ଗଠନ ପାଇଁ ନିର୍ବାଚନ ହେବାକୁ ଥିବା ୧୫ଟି ଆସନରୁ ଅତିକମରେ ୬ଟିରେ ଜିତିବାକୁ ପଡ଼ିବ।

୨୦୧୮ରେ ଏହି ୧୫ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ କଂଗ୍ରେସ ୧୨ଟି ଓ ଜେଡିଏସ୍‌ ୩ଟିରେ ବାଜିମାତ କରିଥିଲା।
ତେଣୁ ବିଜେପି ଏବେ ଏହି ସବୁ ଆସନରେ କେମିତି ବାଜିମାତ କରିବ, ସେନେଇ ଦଳ ଚିନ୍ତାରେ ରହିଛି।



from Odisha Reporter https://ift.tt/2DKEgCr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages