ପାଖେଇ ଆସୁଛି ବଡ଼ ଦିନ, ଚଳଚଞ୍ଚଳ କନ୍ଧମାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

ପାଖେଇ ଆସୁଛି ବଡ଼ ଦିନ, ଚଳଚଞ୍ଚଳ କନ୍ଧମାଳ

ଫୁଲବାଣୀ( ତ୍ରୀନାଥ ସାହୁ): ବଡ଼ଦିନ ପର୍ବ ପାଖେଇ ପାଖେଇ ଆସୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ଥିବା ଚର୍ଚ୍ଚଗୁଡ଼ିକ ସଜେଇ ହେବା ଆରମ୍ଭ କଲାଣି। ଏହି ପର୍ବକୁ ଆଡମ୍ବର ସହକାରେ ପାଳନ ନିମନ୍ତେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଦେଖାଦେଲାଣି ଉତ୍ସୁକତା।

ଏହି ପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ ଫୁଲବାଣୀସ୍ଥିତ ବାପଟିଷ୍ଟ ଚର୍ଚ୍ଚରେ ମହିଳା ସମିତି ପକ୍ଷରୁ ମେରୀ ମାର୍କେଟର ଆୟୋଜନ କରାଯାଇଥିଲା । ଏହି ମେରୀ ମାର୍କେଟର ୮ ଟି ଷ୍ଟଲରେ ମହିଳାମାନେ ବିଭିନ୍ନ ରକମର ଖାଦ୍ୟ ପେୟ, ପିଠା, କେକ୍‌ ପ୍ରଭୃତି ପ୍ରସ୍ତୁତ କରି ବିକ୍ରୟ କରିଥିଲେ । ଏହି ମାର୍କେଟକୁ ସବୁ ସମ୍ପ୍ରଦାୟର ଲୋକ ଆସି ବିଭିନ୍ନ ପ୍ରକାରର ସୁସ୍ଵାଦ ଖାଦ୍ୟ ଖାଇବାର ସୁଯୋଗ ପାଇଥିଲେ ।

ଏହି ମେରୀ ମାର୍କେଟରେ ରାଜ୍ୟ ମହିଳା କମିଶନ ଆୟୋଗ ସଦସ୍ୟା ଜାଲିନୀ ପ୍ରିୟଦର୍ଶନୀକୁ ମଧ୍ୟ ଦେଖିବାକୁ ମିଳିଥିଲା । ସେ ମଧ୍ୟ ସେଠାରେ  ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଜା ନେଇଥିଲେ। ତେବେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ଏବଂ  ଭାଇଚାର ମଧ୍ୟରେ ସମସ୍ତେ ହସ ଉଲ୍ଲାସର ସହ ମିଳିତ ଭାବେ ବଡ଼ଦିନ ପର୍ବ ପାଳନ ପାଇଁ ଏହିଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବାପଟିଷ୍ଟ ଚର୍ଚ୍ଚର ସମ୍ପାଦକ ଏବଂ ମହିଳା ସମିତିର କର୍ମକର୍ତ୍ତାମାନେ କହିଛନ୍ତି ।



from Odisha Reporter https://ift.tt/396Q1BS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages