ଶ୍ରୀଲଙ୍କାରେ ସଡ଼କ ଦୁର୍ଘଟଣା, ଭାରତୀୟ ଲେଖକଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 25, 2019

ଶ୍ରୀଲଙ୍କାରେ ସଡ଼କ ଦୁର୍ଘଟଣା, ଭାରତୀୟ ଲେଖକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସୁନାମଧନ୍ୟ ସାହିତ୍ୟିକ ତଥା ଲେଖକ ଗଙ୍ଗା ପ୍ରସାଦ ବିମଳଙ୍କ ପରଲୋକ ହୋଇଛି। ଶ୍ରୀଲଙ୍କାରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ସହ ବୁଲିବା ପାଇଁ ଶ୍ରୀଲଙ୍କା ଯାଇଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏ ନେଇ ଗଙ୍ଗା ପ୍ରସାଦଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି। ବିଳମ୍ୱିତ ରାତିରେ ତାଙ୍କର ମର ଶରୀର ଭାରତ ପହଞ୍ଚିବାର ଥିଲା। ହେଲେ ଏଯାବତ ତାଙ୍କ ମର ଶରୀର ପହଞ୍ଚିଛି କି ନାହିଁ ସେ ନେଇ ସୂଚନା ମିଳିପାରିନାହିଁ।

ସୋମବାର ବିଳମ୍ୱିତ ରାତିରେ ଶ୍ରୀଲଙ୍କାର ଦକ୍ଷିଣ କୁଋଦୁଗାହେହେତେକମ୍ମା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଲେଖକଙ୍କ ପରିବାର ଏକ ଭ୍ୟାନରେ ଯାଉଥିବା ବେଳେ ଗୋଟିଏ କଣ୍ଟେନର (ବଡ଼ ଟ୍ରକ) ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଲେଖକଙ୍କ ସହିତ ଦୁଇ ସମ୍ପର୍କୀୟ ଏବଂ ଭ୍ୟାନ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ୮୦ ବର୍ଷୀୟ ଏହି ସାହିତ୍ୟିକ ଜଣଙ୍କ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥା ସମେତ ବିଭିନ୍ନ ସଂସ୍ଥା ସହ ଜଡ଼ିତ ଥିଲେ।

ଜଣେ ଭଲ ଲେଖକ ସହିତ ଗଙ୍ଗା ପ୍ରସାଦ ଅନୁବାଦକ ମଧ୍ୟ ଥିଲେ। ବିମଳଙ୍କ ଜନ୍ମ ୧୯୩୯ ମସିହାର ଉତ୍ତରାଖଣ୍ଡରେ ହୋଇଥିଲା। ସେ ଲେଖିଥିବା କବିତା ଗୁଡ଼ିକ ହେଲା ବୋଧି-ବୃକ୍ଷ, ଇତନା କୁଛ, ସନ୍ନୋଟ ମୁଠଭେଡ଼, ମେଁ ଓ୍ୱହାଁ ହୁ ଏବଂ କୁଛ ତୋ ଔର ହେ ଇତ୍ୟାଦି। ଗଙ୍ଗା ପ୍ରସାଦଙ୍କୁ ଭାରତୀୟ ଭାଷା ପୁରସ୍କାର, ସଙ୍ଗୀତ ଏକାଡେମୀ ସମ୍ମାନ ସମେତ ଅନେକ ଭାରତୀୟ ପୁରସ୍କାର ଏବଂ ଅନ୍ତର୍ଜାତୀୟ ସମ୍ମାନ ମିଳିଛି।



from Odisha Reporter https://ift.tt/2ZngiY4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages