ମୁମ୍ୱାଇ: ମହାରାଷ୍ଟ୍ରର ଉଦ୍ଧବ ସରକାର ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ଏକ୍ସ କ୍ୟାଟାଗୋରୀ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଉଦ୍ଦବ ଠାକରେଙ୍କ ବିଧାୟକ ପୁଅ ଆଦିତ୍ୟ ଠାକରେଙ୍କ ସୁରକ୍ଷା ଓ୍ୱାଇ ପ୍ଲସରୁ ବଢ଼ାଯାଇ ଜେଡ୍ କ୍ୟାଟାଗୋରୀକୁ କରାଯାଇଛି। ସେହିପରି ସମାଜସେବୀ ଆନ୍ନା ହଜାରେଙ୍କ ସୁରକ୍ଷା ବଢ଼ାଯାଇ ଜେଡ୍ ସୁରକ୍ଷା ଅନ୍ତର୍ଭକ୍ତ କରିଛନ୍ତି ସରକାର।
ମହାରାଷ୍ଟ୍ର ପୁଲିସ ଅଧିକାରୀଙ୍କ ସୁଚନା ଅନୁଯାୟୀ ସଚିନଙ୍କ ସୁରକ୍ଷା ବ୍ୟବସ୍ଥା ଏକ୍ସ କ୍ୟାଟାଗୋରୀ ଅନ୍ତର୍ଭୁକ୍ତ ଥିଲା। ତାଙ୍କ ସହିତ ଜଣେ ପୁଲିସ କନେଷ୍ଚବଳ ଚବିଶ ଘଣ୍ଟା ରହୁଥିଲେ। ଏବେ ଏହି ସୁରକ୍ଷା ମହାରାଷ୍ଚ୍ର ସରକାର ପ୍ରତ୍ୟାହାର କରିଛନ୍ତି। ସଚିନଙ୍କ ବ୍ୟତୀତ ମହାରାଷ୍ଟ୍ରର ବିଜେପି ନେତା ଏକନାଥ ଖଡସେଙ୍କୁ ଓ୍ୱାଇ କ୍ୟାଟାଗୋରୀରେ ସୁରକ୍ଷା ଦିଆଯାଉଥିଲା। ଏଥିସହ ପୁଲିସ ଏସ୍କଟର ସୁବିଧା ରହିଥିଲା। ଏବେ ଏହି ଏସ୍କଟ ସୁବିଧା ହଟାଇଛନ୍ତି ଉଦ୍ଧବ ସରକାର। ଜଣେ ଆଇପିଏସ ଅଧିକାରୀଙ୍କ ସୂଚନା ଅନୁଯାୟୀ ସଚିନଙ୍କ ସୁରକ୍ଷା ପାଇଁ ସରକାର ପୁଲିସ ଏସ୍କଟର ସୁବିଧା ଦେଇପାରନ୍ତି।
ଏହା ବ୍ୟତୀତ ଉତ୍ତର ପ୍ରଦେଶ ପୂର୍ବତନ ରାଜ୍ୟପାଳ ରାମ ନାଇକଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଯାଇଥିଲା। ଏବେ ସୁରକ୍ଷାରେ ଢ଼ିଲା କରାଯାଇ ତାଙ୍କୁ ଏକ୍ସ କ୍ୟାଟାଗୋରୀର ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ଆଇନଜୀବୀ ଉଜ୍ଜଳ ନିକମଙ୍କ ସୁରକ୍ଷା ଜେଡ୍ ପ୍ଲସରୁ ପ୍ରତ୍ୟାହାର କରାଯାଇ ଏସ୍କଟ ସହିତ ଓ୍ୱାଇ ଶ୍ରେଣୀ ସୁରକ୍ଷା ଦିଆଯାଇଛି।
ମଙ୍ଗଳବାର ସୁବେରେ ମହାରାଷ୍ଟ୍ର ସରକାର ରାଜ୍ୟର ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ବାବଦରେ ସମୀକ୍ଷା ବୈଠକ କରିଥିଲେ। ଯେଉଁଥିରେ ରାଜ୍ୟର ଅନେକ ଭିଭିଆଇପି ବ୍ୟକ୍ତିଙ୍କ ସୁରକ୍ଷାରେ ପରିବର୍ତ୍ତନ କରାଯାଇଛି। ମୋଟ୍ 97 ଜଣ ବ୍ୟକ୍ତିଙ୍କ ସୁରକ୍ଷା ବାବଦରେ ସରକାର ସମୀକ୍ଷା କରିଥିଲେ।
from Odisha Reporter https://ift.tt/2EQVGOv
No comments:
Post a Comment