ରାଉରକେଲା ଷ୍ଟିଲପ୍ଲାଣ୍ଟର ୪ ସିଆଇଏସ୍‌ଏଫ୍‌ ଯବାନ ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 27, 2019

ରାଉରକେଲା ଷ୍ଟିଲପ୍ଲାଣ୍ଟର ୪ ସିଆଇଏସ୍‌ଏଫ୍‌ ଯବାନ ନିଲମ୍ବିତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି ): ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସୁରକ୍ଷା ଦାୟିତ୍ୱରେ ଥିବା ୪ CISF ଯବାନ ନିଲମ୍ବିତ ହୋଇଛନ୍ତି। ଦାୟିତ୍ୱରେ ଅବହେଳା ଲାଗି ୪ ଜଣ ଯବାନଙ୍କୁ ନିଲମ୍ବନ କରିଛନ୍ତି CISF କର୍ତ୍ତୃପକ୍ଷ ।

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପରିସରର ପ୍ଲେଟ୍ ମିଲ୍ ନିକଟରୁ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସର ଟିମ୍ ଗତକାଲି  ଦୁଇ ଟ୍ରେଲରକୁ ଜବତ କରିଥିଲେ। ଏହି ଟିମ୍  ଦୁଇ ଟ୍ରେଲର ବିନା ଏଣ୍ଟ୍ରି ପାସ୍‌ରେ ପ୍ରବେଶ କରିଥିଲେ । ରେଡ୍ ପରେ ଏହି ଦୁଇ ଟ୍ରେଲରର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବିପୁଳ ପରିମାଣରେ ଲୁହା ଚୋରି କରିବାକୁ ଏହି ଦୁଇ ଟ୍ରେଲର କାରଖାନା ପରିସରକୁ ପ୍ରବେଶ କରିଥିବା ସନ୍ଦେହ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ଏହାକୁ ନେଇ CISFର ୪ ଯବାନଙ୍କ ଆଚରଣ ସନ୍ଦେହ ଘେରକୁ ଆସିଥିଲା । ଏହାପରେ ତତ୍‌କ୍ଷଣାତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାକୁ ନେଇ ଟାଙ୍ଗରପାଲି ଥାନାରେ ଏତଲା ଦେଇଛନ୍ତି ରାଉରକେଲା ଷ୍ଟିଲପ୍ଲାଣ୍ଟ କର୍ତ୍ତୃପକ୍ଷ ।

ଉଭୟ ପୁଲିସ୍‌ ଓ ସିଆଇଏସ୍‌ଏଫ୍‌ ଟିମ୍‌ ଏହି ମାମଲାର ତଦନ୍ତ କରୁଛନ୍ତି । ଦୁଇ ଦିନ ପୂର୍ବରୁ ବିନା ଏଣ୍ଟ୍ରି ପାସ୍‌ରେ ଏକ ଟ୍ରକ ପ୍ରବେଶ କରୁଥିବାରୁ ଏହାର ଡ୍ରାଇଭର ମଧ୍ୟ ଗିରଫ ହୋଇଛି । ରାଉରକେଲା ଷ୍ଟିଲପ୍ଲାଣ୍ଟରୁ ଲୁହା ରୋରି କରିବାକୁ ଏକ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି ।



from Odisha Reporter https://ift.tt/34ZeiGN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages