ଟ୍ରକ୍‌କୁ ପଛରୁ ପିଟିଲା ଟ୍ରାଭେଲର; ୩ ମୃତ, ୧୦ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 7, 2019

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରାଭେଲର; ୩ ମୃତ, ୧୦ ଗୁରୁତର

ବାଲେଶ୍ୱର/ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଶେରଗଡ଼ ପେଟ୍ରୋଲ୍ ପମ୍ପ୍ ନିକଟରେ ଏକ ଟ୍ରକ୍ ପଛରେ ଏକ ଟ୍ରାଭେଲର୍ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ପୁରୀ ବାଲିସାହି ଅଞ୍ଚଳର ଗୋଟିଏ ପରିବାର ତାଙ୍କ କିଛି ବନ୍ଧୁବାନ୍ଧବକୁ ନେଇ ଦେବକୁଣ୍ଡ ଯାଉଥିଲେ। ଟ୍ରାଭେଲର୍‌ରେ ମୋଟ ୨୫ ଜଣ ଯାତ୍ରୀ ଥିଲେ। ତେବେ ଶେରଗଡ଼ ପେଟ୍ରୋଲ୍ ପମ୍ପ ନିକଟରେ ଗାଡ଼ି ଭାରସାମ୍ୟ ହରାଇ ଏକ ଟ୍ରକ୍ ପଛରେ ପିଟି ହୋଇଥିଲା। ଟ୍ରକ୍‌ଟି ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଟ୍ରାଭେଲର୍‌ଟି ଏହା ପଛରେ ଜୋରରେ ଧକ୍କା ଦେଇଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତିନି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।

 

 



from Odisha Reporter https://ift.tt/2PoaOYt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages