୧୦ ଡିଗ୍ରୀ ତଳେ ୧୫ଟି ସହର; ସୋନପୁର ପୁଣି ସବୁଠୁ ଥଣ୍ଡା ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 28, 2019

୧୦ ଡିଗ୍ରୀ ତଳେ ୧୫ଟି ସହର; ସୋନପୁର ପୁଣି ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ଆଜି ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଏହା ସହିତ ପୁଣି ଥରେ ସୋନପୁର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ଆଜି ସେଠାରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ସୋନପୁରର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଥିଲା।

ଆଜି ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ୫, ଦାରିଙ୍ଗିବାଡ଼ିରେ ୫.୫, ଟିଟିଲାଗଡ଼ରେ ୬.୧, ଭବାନୀପାଟଣାରେ ୬.୫, କେନ୍ଦୁଝରରେ ୬.୬, ଝାରସୁଗୁଡ଼ାରେ ୭.୩, ସମ୍ବଲପୁରରେ ୭.୪, ବଲାଙ୍ଗିରରେ ୮, ବାଲେଶ୍ୱରରେ ୮.୬, କଟକରେ ୮.୮, ସୁନ୍ଦରଗଡ଼ରେ ଓ ବାରିପଦାରେ ୯ ଏବଂ କୋରାପୁଟରେ ୯.୬ ଡିଗ୍ରୀ ରେକର୍ଡ କରାଯାଇଛି।

ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆଜି ବରଫପାତ ହୋଇଥିଲା

ଏହା ସହିତ ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିଲା। କେନ୍ଦୁଝର ଜିଲ୍ଲା ବାଉରିପଦା ଓ କାଞ୍ଜିପାଣି ଅଞ୍ଚଳରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବଣାଇ, କୋଇଡା, ଟେନ୍ସା, ଡେଙ୍ଗୁଲା, କଲମଙ୍ଗ, କଳାଟା, ମାଲଦା ଓ ସାନ ଇନ୍ଦୁପୁର ପ୍ରଭୁତି ଅଞ୍ଚଳରେ ଗାଡ଼ି, ଘାସ ଗାଲିଚା ଉପରେ ବରଫର ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳିଥିଲା। ବରଗଡ଼ ଜିଲ୍ଲା ସୀମାନ୍ତ ଝାରବନ୍ଧ ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ତୁଷାରପାତ ହୋଇଥିଲା। ଗତକାଲି ମଧ୍ୟ ବଣାଇ ଓ କେନ୍ଦୁଝରର ବଡ଼ବିଲ୍‌, କାଞ୍ଜିପାଣି, ତଣ୍ଡିଯୋଡ଼ା, ବାଉରିପଦା, ରାଇସୁଆଁ ଅଞ୍ଚଳରେ ତୁଷାରପାତ ହୋଇଥିଲା।

 



from Odisha Reporter https://ift.tt/2MCvD1P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages