ଷ୍ଟୋରେଜ ନିୟମରେ ସଂଶୋଧନ, ହୋଲ୍‌ସେଲର୍ ରଖି ପାରିବେନି ଅଧିକ ଆଳୁ, ପିଆଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 26, 2019

ଷ୍ଟୋରେଜ ନିୟମରେ ସଂଶୋଧନ, ହୋଲ୍‌ସେଲର୍ ରଖି ପାରିବେନି ଅଧିକ ଆଳୁ, ପିଆଜ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ପିଆଜ, ଆଳୁର ଅହେତୁକ ମୂଲ୍ୟବୃଦ୍ଧି ରୋକିବାକୁ ପଦକ୍ଷେପ ନେଇଛି ଯୋଗାଣ ବିଭାଗ । ଏଥିନିମନ୍ତେ ଷ୍ଟୋରେଜ ନିୟମରେ ସଂଶୋଧନ କରାଯାଇଛି। ନିୟମଠୁ ଅଧିକ ଆଳୁ, ପିଆଜ ମହଜୁଦ ରଖିଲେ ଚଢଉ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।

ନିୟମ ମୁତାବକ, ଭୁବନେଶ୍ୱରରେ ଜଣେ ହୋଲ୍‌ସେଲର୍ ୧ ହଜାର କୁଇଣ୍ଟାଲ ଆଳୁ ଓ ୨୫୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ । ସେହିପରି କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରରେ ୫ ଶହ କୁଇଣ୍ଟାଲ ଆଳୁ ରଖିହେବ । ଅନ୍ୟ ସ୍ଥାନରେ ୩ଶହ କୁଇଣ୍ଟାଲ ଆଳୁ, ୧୫୦ କୁଇଣ୍ଟାଲ ପିଆଜ ରଖିପାରିବେ ହୋଲ୍‌ସେଲର୍ । ତେବେ ଏହି ୪ ସହରରେ ଖୁଚୁରା ବେପାରୀ ୪୦ କୁଇଣ୍ଟାଲ ଆଳୁ, ୨୦ କୁଇଣ୍ଟାଲ ପିଆଜ ରଖିପାରିବେ । ଅନ୍ୟ ସ୍ଥାନରେ ଖୁଚୁରା ବେପାରୀ ୧୫ କୁଇଣ୍ଟାଲ ଆଳୁ, ୮ କୁଇଣ୍ଟାଲ ପିଆଜ ରଖିପାରିବେ।



from Odisha Reporter https://ift.tt/2Mx9H8p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages