ଟ୍ରକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ଜଳିଗଲେ ୨ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 13, 2019

ଟ୍ରକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ଜଳିଗଲେ ୨ ଜଣ

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ୱଲପୁର-ରେଢାଖୋଲର ୫୫ ନମ୍ୱର ଜାତୀୟ ରାଜପଥ ଯୁଜୁମୁରାଠାରେ ଗତକାଲି ବିଳମ୍ୱିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଲୁହାପଥର ବୋଝେଇ ଟ୍ରକ୍‌ ଓ ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ଗାଡ଼ିରେ ହଠାତ୍‌ ନିଆଁ ଲାଗି ଯାଇଥିଲା।  ଏଥିରେ ୨ ଜଣ ଜୀଅନ୍ତା ଜଳି ଯାଇଛନ୍ତି।ମୃତକଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ। ସେମାନେ ଗାଡ଼ିର ଡ୍ରାଇଭର ବା ହେଲପର ଜଣାପଡ଼ି ନାହିଁ ।

ପୁଲିସ୍‌ କହିବା ଅନୁସାରେ, ଲୁହା ବୋଝେଇ ଟ୍ରକଟି ସମ୍ୱଲପୁରରୁ ରେଢ଼ାଖୋଲ ଅଭିମୁଖେ ଯାଉଥିଲା। ଆଉ ଗ୍ୟାସ ଟ୍ୟାଙ୍କରଟି ବିପରୀତ ଦିଗରୁ ଆସୁଥିବା ବେଳେ ଦୁଇ ଗାଡ଼ି ମଧ୍ୟରେ ମହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିବା ବେଳେ କର୍ମଚାରୀ ତା’ ଭିତରୁ ବାହାରି ନ ପାରି ଜଳି ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।



from Odisha Reporter https://ift.tt/2EcQPa6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages