ବର୍ଜ୍ୟବସ୍ତୁରୁ କଳାକୃତି, ପ୍ରଶଂସା ସାଉଁଟୁଛନ୍ତି ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 9, 2019

ବର୍ଜ୍ୟବସ୍ତୁରୁ କଳାକୃତି, ପ୍ରଶଂସା ସାଉଁଟୁଛନ୍ତି ଛାତ୍ରଛାତ୍ରୀ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଯଦି ଆପଣ ସନ୍ଧ୍ୟା ବେଳେ ବ୍ରହ୍ମପୁର ସ୍ଥିତ ସରକାରୀ ଆଇଟିଇଆ ପରିସରକୁ ଯିବେ, ତା’ହେଲେ ଏକ ଭିନ୍ନ ଅନୁଭୂତି ପାଇବେ। ଏବେ ସନ୍ଧ୍ୟାବେଳେ ଏହି ଆଇଟିଆଇ ପରିସରଟି ଏକ ପାର୍କର ଭ୍ରମ ସୃଷ୍ଟି କରୁଛି। କାରଣ ଜିରାଫ୍‌, ମାଛ, ଝିଟିପିଟି, ଡଲ୍‌ଫିନ୍‌, ହରିଣ, ପ୍ରିଡେଟର୍, ଗୀଟାର, ହେଲିକପ୍ଟର ଓ ରୋବର୍ଟ ଭଳି ଅନେକ କଳାକୃତିକୁ ବିଭିନ୍ନ ରଙ୍ଗର ଏଲ୍‌ଇଡି ଲାଇଟ୍‌ରେ ସଜା ଯାଇଛି, ଯାହା ପୂରା ପରିବେଶକୁ ବଦଳାଇ ଦେଇଛି। ତେବେ ଜାଣନ୍ତି, ଏସବୁ କଳାକୃତି ବର୍ଜ୍ୟବସ୍ତୁରେ ତିଆରି ହୋଇଛି। ଏହାକୁ କେହି ପେସାଦାର କାରିଗର କରି ନାହାନ୍ତି। ଏହି ସରକାରୀ ଆଇଟିଆଇର ଛାତ୍ରଛାତ୍ରୀମାନେ ହିଁ ଏଗୁଡ଼ିକୁ ତିଆରି କରିଛନ୍ତି।

ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ପ୍ରତ୍ୟେକଟି କଳାକୃତି ବେଶ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଛି। କିଛି ଦିନ ତଳେ ଏହି ଅନୁଷ୍ଠାନର ଫିଟର୍ ଟ୍ରେଡ୍‌ର ଛାତ୍ରଛାତ୍ରୀମାନେ ୩୨ ଫୁଟ୍ ଉଚ୍ଚ ଓ ୧୨ ଫୁଟ୍ ଓସାରର ଏକ ଜିରାଫର କଳାକୃତି ତିଆରି କରିଛନ୍ତି, ଯାହା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛି।

ପୁରୁଣା ହଷ୍ଟେଲ୍‌ ଭଙ୍ଗା ଯିବା ପରେ ସେଠାରୁ ବାହାରିଥିବା ଲୁହା ରଡ୍ ଓ ଷ୍ଟିଲ୍ ଜିନିଷକୁ ବ୍ୟବହାର କରି ସେମାନେ ଏହାକୁ ନିର୍ମାଣ କରିଛନ୍ତି। ଦୁଇ ହଜାର କିଲୋ ଓଜନର ଏହି କଳାକୃତି କରିବାକୁ ୩୫ ଜଣ ଛାତ୍ରଛାତ୍ରୀ ୨୨ ଦିନ ଲାଗିଥିଲା। ସେହିପରି ଆଇଟଇଆଇ ପରିସରରେ ବର୍ଜ୍ୟବସ୍ତୁରୁ ନିର୍ମିତ ଏକ ସୁଉଚ୍ଚ ଗୀଟାର ମଧ୍ୟ ଶୋଭା ପାଉଛି। ଏହା ଏସିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛି।

ଜିରାଫ୍ ହେଉ ଅବା ଗୀଟାର୍ ଅବା ଅନ୍ୟ ସବୁ କଳାକୃତି ଲୋକଙ୍କୁ ବେଶ୍ ଆକୃଷ୍ଟ କରୁଛି। କେହି କେହି ସେମାନଙ୍କ ପିଲାମାନଙ୍କ ଏସବୁ ଦେଖାଇବା ପାଇଁ ମଧ୍ୟ ଆଣୁଛନ୍ତି। ସୁରଭି ପ୍ରଧାନ ନାମ୍ନୀ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ବର୍ଜ୍ୟବସ୍ତୁରେ ତିଆରି ହୋଇଥିବା କଳାକୃତି ବହୁତ ବଢ଼ିଆ ହୋଇଛି। ଏ ବିଷୟରେ ଶୁଣିବା ପରେ ମୁଁ ମୋ ପୁଅକୁ ବି ଦେଖାଇବାକୁ ନେଇଥିଲି। ଆଇଟିଆର ଛାତ୍ରଛାତ୍ରୀମାନେ ଏହା ଦ୍ୱାରା ସେମାନଙ୍କ ଦକ୍ଷତାକୁ ଦେଖାଇ ପାରିଛନ୍ତି।”

ବର୍ଜ୍ୟବସ୍ତୁର କେବଳ ଦଶ-ପନ୍ଦରଟି କଳାକୃତି କରି ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଚୁପ୍ ବସି ଯାଇ ନାହାନ୍ତି। ତାଙ୍କର ଏହି ଧାରା ଅବ୍ୟାହତ ରହିଛି। ଫିଟର୍‌ ଟ୍ରେଡ୍‌ର ଛାତ୍ର ଶୁଭ୍ରଜିତ୍ ବେହେରା କହିଛନ୍ତି ଯେ ରୋବର୍ଟ, ଘୋଡ଼ା, ଚମରୀ ଗାଈ ଓ ହରିଣ ଭଳି ଆଉ କିଛି କଳାକୃତି ତିଆରି ଚାଲିଛି। ବିଶେଷ କରି ପୁରୁଣା ସାଇକେଲ୍‌ର ଚକା, ବିଅରିଂ, ଗାଡ଼ିର କ୍ରାଙ୍କ୍ ଓ ବିଭିନ୍ନ ପାର୍ଟକୁ ନେଇ ଏଗୁଡ଼ିକୁ ତିଆରି କରାଯାଉଛି। ଗୋଟେ ଭଙ୍ଗା କାର୍‌କୁ ମଧ୍ୟ ଏହି କାର୍ଯ୍ୟରେ ବ୍ୟବହାର କରାଯାଉଛି। ତା’ ସହିତ ଲୁହା ରଡ୍‌ ମଧ୍ୟ ବ୍ୟବହାର କରାଯାଉଛି। ଫିଟର୍ ଟ୍ରେଡ୍‌, ୱେଲ୍‌ଡର ଓ ପେଣ୍ଟର ଟ୍ରେଡ୍ ମିଶି ଏସବୁ କାମ କରୁଛନ୍ତି। ଏସବୁ କାମ କରିବା ଦ୍ୱାରା ସେମାନଙ୍କ ପ୍ରାକ୍ଟିକାଲ୍‌ ଜ୍ଞାନ ବଢ଼ୁଥିବା ଛାତ୍ରଛାତ୍ରୀମାନେ କହିଛନ୍ତି।

ବ୍ରହ୍ମପୁର ସରକାରୀ ଆଇଟିଆଇର ଅଧ୍ୟକ୍ଷ ରଜତ ପାଣିଗ୍ରାହୀ କହିଛନ୍ତି, “ଏହା ଦ୍ୱାରା ପିଲାମାନଙ୍କ ଟେକ୍ନିକାଲ୍ ଆର୍ଟ ବା ସ୍କିଲ୍ ଆର୍ଟ ଶାଣିତ ହେଉଛି। ହଜାର ହଜାର ସଂଖ୍ୟାରେ ୱେଲ୍ଡିଂ ସ୍ପଟ୍ ମାରି ସେମାନଙ୍କ ହାତ ଫ୍ରି ହୋଇଯାଇଛି। ପୁଣି ଏହି ସବୁ କଳାକୃତି ଯୋଗୁ ସେମାନଙ୍କୁ ଜାତୀୟ ମାନ୍ୟତା ବି ମିଳିଛି। ଏଣୁ ବିଭିନ୍ନ କମ୍ପାନୀର କ୍ୟାମ୍ପସ୍‌ ଇଣ୍ଟରଭ୍ୟୁରେ ସେମାନଙ୍କୁ ଏହା ବହୁତ ସାହାଯ୍ୟ କରିବ।”

ଆଗାମୀ ଦିନରେ ଏହି ଆଇଟିଆଇ ପରିସରକୁ ‘ସ୍କାର୍ପ ପାର୍କ’ ନାମରେ ନାମିତ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏଥିରେ ବର୍ଜ୍ୟବସ୍ତୁରୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସମସ୍ତ କଳାକୃତିକୁ ସ୍ଥାନିତ କରାଯିବ।

ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ କହିଛନ୍ତି,“ଆମେ ବର୍ଜ୍ୟବସ୍ତୁରୁ ପନ୍ଦରରୁ କୋଡ଼ିଏଟି ଦୀର୍ଘକାୟ କଳାକୃତି କରି ଆମ ଶିକ୍ଷାନୁଷ୍ଠାନ ପରିସରରେ ବିଭିନ୍ନ ସ୍ଥାନରେ ରଖିବୁ। ତା’ସହିତ ସେଗୁଡ଼ିକୁ ଉନ୍ନତ ବିଦ୍ୟୁତ୍ ସଜ୍ଜାରେ ସଜାଇବୁ। ଫଳରେ ଏହା ବ୍ରହ୍ମପୁର ତଥା ସାରା ଓଡ଼ିଶା ପାଇଁ ଏହା ଏକ ପର୍ଯ୍ୟଟନ ସ୍ଥଳ ହେବ, ଯାହାକୁ ଆମେ ଇକୋ-ଟୁରିଜିମ୍ ବୋଲି କହିବୁ। ସର୍ବସାଧାରଣଙ୍କ ପାଇଁ କ୍ୟାମ୍ପସ୍‌ର ଗେଟ୍ ଖୋଲା ରହିବ।”



from Odisha Reporter https://ift.tt/2Rz7JaU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages