୧୦ ହଜାର ଟଙ୍କା ରିହାତିରେ ମିଳୁଛି ଲାଟେଷ୍ଟ OnePlus ସ୍ମାର୍ଟଫୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 19, 2019

୧୦ ହଜାର ଟଙ୍କା ରିହାତିରେ ମିଳୁଛି ଲାଟେଷ୍ଟ OnePlus ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ଏବେ ଭାରତୀୟ ବଜାର ପାଇଁ ଅନ୍ୟତମ ଲୋକପ୍ରିୟ ସ୍ମାର୍ଟଫୋନ୍‌ OnePlus  ଆଣିଛି ଜବରଦସ୍ତ ଅଫର୍‌। କମ୍ପାନୀ ଆରମ୍ଭ କରିଦେଇଛି  Fab Phone Fest। ଏହି ସେଲ୍‌ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଆମାଜନ୍‌ ଇଣ୍ଡିଆରେ ଚାଲିବ।  ଏହି ସେଲ୍‌ରେ ଆପଣଙ୍କୁ  OnePlus ଫୋନ୍‌ରେ ଆକର୍ଷଣୀୟ ରିହାତି ମିଳିବ।  ଏଥିରେ ଏହାର ଲାଟେଷ୍ଟ ମଡେଲ୍ OnePlus 7T ଓ OnePlus 7 Pro ବି ସାମିଲ୍ ରହିଛି।

Amazon Fab Phone Festରେ ଗ୍ରାହକମାନେ ଲାଟେଷ୍ଟ ମଡେଲ୍ OnePlus 7Tର ୮ଜିବି ରାମ୍‌ ଓ ୧୨୮ଜିବି ଷ୍ଟୋରେଜ୍‌ ଭ୍ୟାରିଆଣ୍ଟକୁ ୩୪ ହଜାର ୯୯୯ ଟଙ୍କା ମୂଲ୍ୟରେ କିଣିପାରିବେ। ଯଦି ଆପଣ HDFC ବ୍ୟାଙ୍କର କ୍ରେଡିଟ୍‌ କାର୍ଡରେ ଏହାକୁ କିଣିବେ, ତା’ହେଲେ ୧୫୦୦ ଟଙ୍କାର ଅତିରିକ୍ତ ଡିସ୍‌କାଉଣ୍ଟ୍ ପାଇପାରିବେ। କମ୍ପାନୀ ଏହାକୁ ୩୭ ହଜାର ୯୯୯ ଟଙ୍କାରେ ଲଞ୍ଚ୍‌ କରିଥିଲା। ସେହିପରି ଏହି ସେଲ୍‌ରେ OnePlus 7 Proକୁ ଆପଣ ୧୦ ହଜାର ଟଙ୍କାର ରିହାତିରେ ପାଇପାରିବେ। କମ୍ପାନୀ ଏହାକୁ ୫୨ ହଜାର ୯୯୯ ଟଙ୍କାରେ ଲଞ୍ଚ୍‌ କରିଥିଲ॥ ହେଲେ ଏବେ ଆପଣ ଏହାକୁ ଆମାଜନ୍‌ରୁ ୪୨ ହଜାର ୯୯୯ ଟଙ୍କାରେ କିଣିପାରିବେ। ଏଥିସହ ଯଦି ଆପଣ ଏହି ଫୋନ୍ HDFC ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ଜରିଆରେ କିଣନ୍ତି, ତା’ହେଲେ ୨ହଜାର ଟଙ୍କାର ଅତିରିକ୍ତ ଡିସ୍‌କାଉଣ୍ଟ୍ ମିଳିବ। ଏହି ସେଲ୍‌ରେ ଆପଣଙ୍କୁ OnePlus 7ରେ ମଧ୍ୟ ଆକର୍ଷଣୀୟ ଡିସ୍‌କାଉଣ୍ଟ୍ ମିଳିବ।

ସୂଚନାଯୋଗ୍ୟ, କମ୍ପାନୀ ବଜାରକୁ ନିଜର ଏକ ବଜେଟ୍‌ ସ୍ମାର୍ଟଫୋନ୍‌ ଆଣିବାକୁ ଯୋଜନା କରୁଛି। ତେବେ ଏଯାଏଁ ଏହାର ନାଁ କ’ଣ ହେବ ଓ ଏହାକୁ କେବେ ଲଞ୍ଚ୍ କରାଯିବ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟପକ୍ଷରେ କମ୍ପାନୀ ଏବେ ଜାନୁଆରୀରେ ଲଞ୍ଚ୍ ହେବାକୁ ଥିବା ତା’ର ପ୍ରଥମ କନ୍‌ସେପ୍ଟ ଫୋନ୍‌ ‘Concept One’ ଉପରେ ଫୋକସ୍‌ କରୁଛି।



from Odisha Reporter https://ift.tt/36UJqIN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages