ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 25, 2020

ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ୭୧ ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ଦିଲ୍ଲୀର ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିଛନ୍ତି। ଦେଶର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଅଛନ୍ତି ବ୍ରାଜିଲର ରାଷ୍ଟ୍ରପତି ଜାୟେର ବୋଲସୋନାରୋ। ରାଷ୍ଟ୍ରପତି ଭୁବନରୁ ଉଭୟ ଦେଶର ରାଷ୍ଟ୍ରପତି ଆସି ରାଜପଥରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସଲାମି ମଞ୍ଚ ପାଖରେ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମି ଦିଆଯାଇଥିଲା।

ସାଧାରଣ ତନ୍ତ୍ର ଦିବସ ଅବସରରେ ରାଜପଥରେ ପରେଡ ଅନୁଷ୍ଠିତ ହୋଇଛି। ଭାରତୀୟ ସେନା ପକ୍ଷରୁ ହେଲିକପ୍ଟରରେ ଶକ୍ତି ପ୍ରଦର୍ଶନ କରାଯାଇଛି। ଏହାବାଦ୍ ବିଭିନ୍ନ ପ୍ରକାର ରେଜିମେଣ୍ଚୋ ପରେଡ୍ ସେନା ପକ୍ଷରୁ ଦେଖିବାକୁ ମିଳିଛି।

ଉପଗ୍ରହ ଭେଦ କରିପାରୁଥିବା ଅସ୍ତ୍ର ‘ଶକ୍ତି’, ସ୍ଥଳସେନାର ଯୁଦ୍ଧ ଟ୍ୟାଙ୍କ ଭୀଷ୍ମ, ଇନଫେଣ୍ଟ୍ରି ଯଦ୍ଧ ବାହନ ଏବଂ ନିକଟରେ ବାୟୁସେନାରେ ସାମିଲ୍ ହୋଇଥିବା ଚିନୁକ୍ ଏବଂ ଆପାଚି ଯୁଦ୍ଧ ହେଲିକପ୍ଚର ଏହି ଭବ୍ୟ ସମାରୋହରେ ସାମିଲ୍ ହୋଇଛି।



from Odisha Reporter https://ift.tt/2sY3H1P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages