ବନ୍ଧା ହେଲେ କୋଟିପତି ପ୍ରଧାନ ଶିକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 8, 2020

ବନ୍ଧା ହେଲେ କୋଟିପତି ପ୍ରଧାନ ଶିକ୍ଷକ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜୋଡିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବୋରଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀ ଗିରଫ ହୋଇଛନ୍ତି।

ଜାନୁଆରୀ ୭ ତାରିଖରେ ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ  ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ରାଇଘର ସହର ମଧ୍ୟରେ ଥିବା ତାଙ୍କର ତିନି ଗୋଟି ବାସଭବନ , ଦୋକାନ ଗୃହ , ଗୋଦାମ ଗୃହ ଏବଂ ସ୍କୁଲରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ତାଙ୍କର ୨ କୋଟି ୬୦ ଲକ୍ଷ ୬୭ ହଜାର ୨୨୩ ଟଙ୍କା ସମ୍ପତ୍ତି  ଥିବା ଭିଜିଲାନ୍ସ ଆକଳନ କରିଥିଲା। ତେବେ ସେ ତାଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ହିସାବ ଦେଇ ନ ପାରିବାରୁ ଗତକାଲି ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଭିଜିଲାନ୍ସର ଏକ ୩୦ ଜଣିଆ ଦଳ ୫ଟି ଭାଗରେ ବିଭକ୍ତ ହୋଇ ଏହି ଚଢ଼ଉ କରିଥିଲେ। ତାଙ୍କର ଗୋଟିଏ ୩ ମହଲା କୋଠା ରହିଛି।  ୨ଟି ୨ ମହଲା କୋଠା, ୬ଟି ପ୍ଲଟ, ୨ଟି ୪ ଚକିଆ ଗାଡି, ୨ଟି  ବାଇକ, ୭୦ ଲକ୍ଷ ୪୬ ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ୍ , ୨୦ଲକ୍ଷ ୩୧ ହଜାର ଟଙ୍କାର ଏଲ୍ଆଇସି ଡିପୋଜିଟ୍ ଏବଂ ୬ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ ହୋଇଛି।

 



from Odisha Reporter https://ift.tt/2tGRUoF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages