ଜୟପୁର (ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ବାସ୍ତାମ୍ୱା ନିକଟରେ ଏକ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚକ୍ରଧର ପାଲ। ସେ ଭନସୁଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଥିଲେ।
ଗତକାଲି ରାତି ପ୍ରାୟ ୯ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସେ ସାଧାରଣତନ୍ତ୍ର ଦିବସ ପାଇଁ ଗିଫ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ କୋଟପାଡ଼ ଯାଇଥିଲେ। ତେବେ କୋଟପାଡ଼ରୁ ଭନସୁଲିକୁ ଫେରୁଥିବା ବେଳେ ବାସ୍ତାମ୍ୱା ନିକଟରେ ଏକ ଟ୍ରାକ୍ଟର ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/37wgaZq
No comments:
Post a Comment