ପ୍ରଥମ ଶ୍ରେଣୀ ପିଲା ବି ଇଂଲିଶରେ କଥା କହିବେ, ଦିଆଯିବ ଏପରି ଶିକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 20, 2020

ପ୍ରଥମ ଶ୍ରେଣୀ ପିଲା ବି ଇଂଲିଶରେ କଥା କହିବେ, ଦିଆଯିବ ଏପରି ଶିକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଇଂରାଜି ଭାଷାରେ ପ୍ରାଧାନ୍ୟ ଦେବାକୁ ଅଭିଭାବକମାନେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ସେମାନଙ୍କୁ ଘରୋଇ ସ୍କୁଲରେ ପ‍ଢ଼ାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଣିକି ସରକାରୀ ସ୍କୁଲରେ ମଧ୍ୟ ପିଲାଙ୍କୁ ଇଂରାଜୀ ଶିକ୍ଷା ଦିଆଯିବା ଉପରେ ଗୁରୁତ୍ୱ ଦିଆଯିବ। ଖୁବ୍‌ ଶୀଘ୍ର ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା।

ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେବାକୁ ଅଭିଭାବକଙ୍କ ଆଗ୍ରହ ଦେଖି ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ । ଏଥିସହ ବିଭିନ୍ନ ଜିଲ୍ଲାରେ ଭିତ୍ତିଭୂମି ଥିବା ୧୦୦ଟି ସ୍କୁଲ ଅଫ୍ ଏକ୍ସିଲେନ୍ସିରେ ଇଂରାଜୀ ଶିକ୍ଷାକୁ ଗୁରତ୍ୱ ଦିଆଯିବ । ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଅନ୍‌ଲାଇନ କରାଯିବାକୁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ହେଉଛି। ନିମାପଡାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହି ବୈଠକରେ ୨୯୪ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସିଆରସି, ବ୍ଲକ ଶିକ୍ଷା ଅଧିକାରୀ ଓ ମଣ୍ଡଳ ଅଧିକାରୀମାନେ ଯୋଗ ଦେଇଥିଲେ । ମୋ ସରକାର, ମାଟ୍ରିକ ପରୀକ୍ଷା, ସରକାରୀ ଯୋଜନାରେ ଅନୁଦାନ ଅର୍ଥର ବିନିଯୋଗ, ଫୋନି କ୍ଷତିଗ୍ରସ୍ତ ବିଦ୍ୟାଳୟର ପୁନରୁଦ୍ଧାର ସହ ୧୯ଟି ପ୍ରସଙ୍ଗରେ ସମୀକ୍ଷା ହୋଇଥିଲା।



from Odisha Reporter https://ift.tt/2v0i6Lp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages