ପୁଣି ଇରାନ ଟାର୍ଗେଟରେ ଆମେରିକା, ଗ୍ରୀନ ଜୋନ୍‌ରେ ରକେଟ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 8, 2020

ପୁଣି ଇରାନ ଟାର୍ଗେଟରେ ଆମେରିକା, ଗ୍ରୀନ ଜୋନ୍‌ରେ ରକେଟ ମାଡ଼

ବାଗଦାଦ: ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଥମିବା ବଦଳରେ ବଢ଼ିବାରେ ଲାଗିଛି। ମେଜର ଜେନରାଲ କସିମ ସୁଲେମାନୀଙ୍କ ମୃତ୍ୟୁର ବଦଲା ନେବା ପାଇଁ ଇରାନ ଏବେ ବାରମ୍ବାର ଆମେରିକାକୁ ଟାର୍ଗେଟ କରିବା ଆରମ୍ଭ କରିଛି। ବୁଧବାର ବିଳମ୍ବିତ ରାତିରେ ଇରାନ ପକ୍ଷରୁ ଇରାକର ରାଜଧାନୀ ବାଗଦାଦର ଗ୍ରୀନ ଜୋନରେ ଦୁଇଟି ରକେଟ ମାଡ଼ କରାଯାଇଛି। ଏହି ଗ୍ରୀନ ଜୋନଟି ଅତ୍ୟନ୍ତ ସୁରକ୍ଷା ପ୍ରବଣ ଅଞ୍ଚଳ। ଏଠାରେ ଆମେରିକା ମିଶନ ସମେତ ଏକାଧିକ ରାଷ୍ଟ୍ରର ଦୂତାବାସ ରହିଛି। ଇରାନ ଆମେରିକା ଉପରେ ବଦଲା ନେବାକୁ ଏହି ସ୍ଥାନରେ ହିଁ ରେକଟ ମାଡ଼ କରିଥିବା କୁହାଯାଉଛି।

ଇରାକର ସୁରକ୍ଷା ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ହଠାତ୍‌ ଗ୍ରୀନ ଜୋନରେ ଦୁଇଟି ରେକଟ୍‌ ମାଡ଼ କରାଯାଇଥିଲା। ତେବେ ଏଯାଏ ଏଥିରେ କୌଣସି କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ମିଳିନାହିଁ। କିନ୍ତୁ ରକେଟ୍‌ ମାଡ଼ ପରେ ସମଗ୍ର ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। କିଛି ସମୟ ପରେ ଉକ୍ତ ଅଞ୍ଚଳରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା।

ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ଇରାକରେ ଥିବା ଆମେରିକା ଏୟାରବେସ୍‌ ଉପରେ ଇରାନ ପକ୍ଷରୁ ୨୨ଟି ମିସାଇଲ ମାଡ଼ କରାଯାଇଥିଲା। ଇରାନ ଟିଭି ଚ୍ୟାନେଲ ଏହି ଆକ୍ରମଣରେ ୨୦ ଜଣ ଆମେରିକୀୟଙ୍କ ସମେତ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା ଦାବି କରିଛି। ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଏହାକୁ ଖଣ୍ଡନ କରିଛନ୍ତି। ଏଥିସହ ସେ ଇରାନ ଉପରେ ଅଧିକ ଆର୍ଥିକ କଟକଣା ଲଗାଇବେ ବୋଲି ଧମକ ଦେଇଛନ୍ତି। କିନ୍ତୁ ଇରାନ ଉପରେ ବଡ଼ ହମଲା ବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ କୌଣସି ସୂଚନା ଦେଇନାହାନ୍ତି। ମୋଟାମୋଟି ଭାବେ ଟ୍ରମ୍ପ ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି।

ଜାନୁଆରୀ ୩ରେ ଆମେରିକା ପକ୍ଷରୁ ଇରାକର ବାଗଦାଦରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ଇରାନ ରେଭ୍ୟୁଲେସନାରୀ ଗାର୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସୁଲେମାନୀଙ୍କ ହତ୍ୟାର ବଦଲା ନେବାକୁ ଇରାନ ପଣ କରିଛି।



from Odisha Reporter https://ift.tt/2N3Fs9h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages