ଧାରଣା ଦେଉଥିଲେ, ଉଠାଇ ନେଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 8, 2020

ଧାରଣା ଦେଉଥିଲେ, ଉଠାଇ ନେଲା ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କାଳିଆ’ ଟଙ୍କା ନ ମିଳିବା ପ୍ରତିବାଦରେ ଆଜି କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ ବହୁ ହିତାଧିକାରୀ। ହେଲେ ସେମାନଙ୍କୁ ସେଠାରୁ ଉଠାଇନେଲା ପୁଲିସ୍‌।

ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ଆଜି ସକାଳେ ‘କାଳିଆ’ ଟଙ୍କା ହିତାଧିକାରୀଙ୍କୁ ନ ମିଳିବା ପ୍ରତିବାଦରେ କୃଷିମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଉଥିଲେ।  ଅନେକ ମହିଳା ଚାଷୀ ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ। ହେଲେ ବିକ୍ଷୋଭକାରୀଙ୍କୁ ପୁଲିସ୍‌ ଅଟକାଇବା ସହ ସେମାନଙ୍କୁ ଉଠାଇ ନେଇଥିଲା।

ଏନେଇ ଜଣେ ବିକ୍ଷୋଭକାରୀ କହିଛନ୍ତି,“ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାଳିଆ ଯୋଜନାରେ ସବୁ ଚାଷୀ ଭାଇଙ୍କୁ ଟଙ୍କା ଦିଆଯିବ। ହେଲେ ୨୫ ପ୍ରତିଶତ ଲୋକଙ୍କୁ ଟଙ୍କା ଦିଆଗଲା। ଆଉ ୭୫ ପ୍ରତିଶତ ଲୋକ କାଳିଆ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଆମେ ଏହି ଦାବି ନିମନ୍ତେ ଆସିଛୁ। ହେଲେ ପୁଲିସ୍ କର୍ମଚାରୀ ଆମକୁ ଟଣାଓଟରା କରି ରାସ୍ତାରେ ବସାଇ ଦେଉନାହାନ୍ତି।”



from Odisha Reporter https://ift.tt/35Ao0zu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages