ଦୀପିକାଙ୍କ ପୁରୁଣା ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 7, 2020

ଦୀପିକାଙ୍କ ପୁରୁଣା ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଗତ ରବିବାର ଜେଏନ୍‌ୟୁରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣାକୁ ଅନେକ ବଲିଉଡ୍ ଷ୍ଟାର ବିରୋଧ କରିଥିବା ବେଳେ ଗତକାଲି ସେଠାରେ ଚାଲିଥିବା ବିକ୍ଷୋଭରେ ସାମିଲ ହୋଇଥିଲେ ଦୀପିକା ପାଦୁକୋନ୍‌। ଏହି ଆକ୍ରମଣରେ ଆହତ ହୋଇଥିବା ଛାତ୍ରସଂସଦ ସଭାପତିଙ୍କୁ ସେ ସାକ୍ଷାତ କରିବା ସହିତ ତାଙ୍କୁ ଫୁଲତୋଡ଼ା ଦେଇଥିଲେ ଏବଂ ବିକ୍ଷୋଭରେ ସାମିଲ ହୋଇଥିଲେ। ଆଉ ତାଙ୍କର ଏହି ଫଟୋ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। ସେ ସେଠାକୁ ଯିବା ଓ ବିକ୍ଷୋଭରେ ସାମିଲ ହେବା କଥାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି କେହି ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କେହି ନିନ୍ଦା କରୁଛନ୍ତି। ଏପରିକି ଦିଲ୍ଲୀର ଜଣେ ବିଜେପି ନେତା ତାଙ୍କ ଫିଲ୍ମ ବୟକଟ କରିବାକୁ ସୁଦ୍ଧା କହିଛନ୍ତି। ତେବେ ୟା ଭିତରେ ଆଉ ଏକ ଘଟଣା ଘଟିଛି। ଦୀପିକାଙ୍କ ଏକ ଭିଡିଓ ଟ୍ୱିଟରରେ ଭାଇରାଲ୍ ହେଉଛି। ଏହି ଭିଡିଓଟି ବହୁତ ପୁରୁଣା। ଏଥିରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ କିଛି କଥା କହିଛନ୍ତି।

ଏହି ଭିଡିଓରେ ତାଙ୍କୁ ରାଜନୀତି ଉପରେ କିଛି ପ୍ରଶ୍ନ କରାଯାଇଛି। ଯାହାର ଉତ୍ତରରେ ଦୀପିକା କହିଛନ୍ତି ଯେ ତାଙ୍କୁ ରାଜନୀତି ବିଷୟରେ ବେଶି କିଛି ଜଣାନାହିଁ। ତେବେ ଟିଭିରୁ କିଛି କିଛି ଦେଖନ୍ତି। ରାହୁଲ ଗାନ୍ଧୀ ଯେଉଁସବୁ କାର୍ଯ୍ୟ କରୁଛନ୍ତି, ସେଗୁଡ଼ିକ ଦେଶ ପାଇଁ ଏକ କ୍ଲାସିକ୍ ଉଦାହରଣ। ଏହା ଭିତରେ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଦିନେ ପ୍ରଧାନମନ୍ତ୍ରୀ ହେବେ ବୋଲି ତାଙ୍କର ଆଶା ଅଛି।


ଅନ୍ୟପକ୍ଷରେ ଜେଏନ୍‌ୟୁ ଯାଇ ବିକ୍ଷୋଭରେ ସାମିଲ ହେବା ପରେ ଦୀପିକାଙ୍କ ମୁସ୍କିଲ୍‌ ବଢ଼ି ଯାଇଛି। ତାଙ୍କ ଫିଲ୍ମ ‘ଛପାକ୍’କୁ ବୟକଟ କରିବା ପାଇଁ ଟ୍ୱିଟର୍‌ରେ #boycottchhapaak ନାଁରେ ଏକ ଅଭିଯାନ ଚାଲିଛି। ଜାନୁଆରୀ ୧୦ ତାରିଖରେ ଫିଲ୍ମଟି ରିଲିଜ୍ ହେବ।

ସୂଚନାଯୋଗ୍ୟ, ସ୍ୱରା ଭାସ୍କର ଓ ବିଶାଲ୍ ଦଦ୍‌ଲାନୀଙ୍କ ସମେତ ଅନେକ ଷ୍ଟାର୍‌ ଜେଏନ୍‌ୟୁରେ ବିକ୍ଷୋଭ କରୁଥିବା ଛାତ୍ରଛାତ୍ରୀଙ୍କୁ ସମର୍ଥନ କରୁଛନ୍ତି।



from Odisha Reporter https://ift.tt/2QAigBq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages