୨୦ଫୁଟ୍‌ ତଳକୁ ଓଲଟିଲା ଟ୍ୟାଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 1, 2020

୨୦ଫୁଟ୍‌ ତଳକୁ ଓଲଟିଲା ଟ୍ୟାଙ୍କର

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ସଦର ଥାନା ଅନ୍ତର୍ଗତ ଗୁମ୍ମାଘାଟିରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆଲୁମିନିୟମ୍ ପାଉଡର ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଛି। ତେବେ ଡ୍ରାଇଭରର ପରିଚୟ ମିଳିପାରି ନାହିଁ।

ଆଜି ଭୋରରୁ ଟ୍ୟାଙ୍କରଟି ଟିକିରି ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନିୟମ୍ ପାଉଡର ନେଇ ମଧ୍ୟପ୍ରଦେଶ ଯାଉଥିଲା। ମାତ୍ର ଗୁମ୍ମାଘାଟିରେ ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ଓଲଟି ପଡ଼ିଥିଲା। ଗାଡ଼ି ତଳେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ ଘଟିଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଗାଡ଼ିକୁ କାଟି ଡ୍ରାଇଭରର ମୃତଦେହ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।  ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2QgD3tO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages