ଭୁଲ ଇଞ୍ଜେକସନ ନେଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 29, 2020

ଭୁଲ ଇଞ୍ଜେକସନ ନେଲା ଜୀବନ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଭୁଲ ଇଞ୍ଜେକସନ ନେଲା ଜୀବନ । ଢେଙ୍କାନାଳର ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଜଣକ ହେଲେ ସ୍ଥାନୀୟ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଉଳ ପାଟଣା ଗାଁର ଅମିର କୁମାର ଜେନା ।

ଛାତିରେ ଯନ୍ତ୍ରଣା ହେବାରୁ ଅମିରଙ୍କୁ ପରିବାର ଲୋକେ ଗତକାଲି ତାଙ୍କୁ ଢେଙ୍କାନାଳ ସହରସ୍ଥିତ ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା କରୁଥିବା ଡାକ୍ତର ଭୁଲ ଇଞ୍ଜେକସନ ଦେବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସଂପୃକ୍ତ ଡାକ୍ତର କହିଛନ୍ତି ରୋଗୀଙ୍କୁ କୌଣସି ଭୁଲ ଇଞ୍ଜେକସନ ଦିଆଯାଇନାହିଁ। ଛାତି ଯନ୍ତ୍ରଣା ହେତୁ ତାଙ୍କ ମୃତ୍ୟୁ ହୋଇଛି।



from Odisha Reporter https://ift.tt/2O7nYJp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages