ଶରଜିଲ ଇମାମଙ୍କ ହାତ କାଟିବାକୁ ଶିବସେନାର ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 30, 2020

ଶରଜିଲ ଇମାମଙ୍କ ହାତ କାଟିବାକୁ ଶିବସେନାର ଆହ୍ୱାନ

ମୁମ୍ବାଇ: ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜିଲ ଇମାମଙ୍କ ହାତ କାଟି ଦେବାକୁ ଆହ୍ୱାନ ଦେଇଛି ବିଜେପିର ପୁରୁଣା ସହଯୋଗୀ ଶିବସେନା। ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ତା’ର ମୁଖପତ୍ର ସାମ୍ନା ଜରିଆରେ ଆଜି ଶରଜିଲ ଇମାମଙ୍କୁ ଟାର୍ଗେଟ କରିଛି।

ଏଥିରେ କୁହାଯାଇଛି ଯେ ଶରଜିଲ ମୁସଲିମ ସଂପ୍ରଦାୟର ମୁଣ୍ଡକାଟ କରିଛି। ତେଣୁ ତାଙ୍କ ହାତକୁ କାଟି ଦେବା ଦରକାର ଓ ଏହାକୁ ଜାତୀୟ ରାଜପଥରେ ଥିବା ଚିକେନ ନେକ କରିଡରରେ ରଖିବା ଦରକାର। ହିନ୍ଦୁ ଓ ମୁସଲିମ ମଧ୍ୟରେ ବିବାଦକୁ ତୀବ୍ର କରିବା ପାଇଁ ଉଦ୍ୟମ ଚାଲିଛି।

ଇରାକ ଓ ଆଫଗାନିସ୍ତାନରେ ଯେଉଁଭଳି ସିଭିଲ ୱାର ପରିସ୍ଥିତି ଜାରି ରହିଛି, ଭାରତରେ ମଧ୍ୟ ସେମିତି ସ୍ଥିତି ସୃଷ୍ଟି କରାଯିବାକୁ ଉଦ୍ୟମ ହେଉଛି। ଏଠାରେ ପୂର୍ବରୁ ହିଁ ଅର୍ବାନ ନକ୍ସଲ ରହିଛନ୍ତି। ଏହି ଅର୍ବାନ ନକ୍ସଲଙ୍କ ମଧ୍ୟରୁ ଶରଜିଲ ଅନ୍ୟତମ।

ସେ ଗିରଫ ହୋଇଛନ୍ତି। କିନ୍ତୁ ଆଉ କେହି ଯେମିତି ଶରଜିଲ ନ ହେବେ, ସେ ଦାୟିତ୍ୱ ଏବେ ସରକାରଙ୍କ ଉପରେ ରହିଛି। ଶରଜିଲଙ୍କ ବୟାନକୁ ପ୍ରସଙ୍ଗ କରି ଦିଲ୍ଲୀ ନିର୍ବାଚନ ଲଢ଼ିବା ପାଇଁ ବିଜେପି ସୁଯୋଗ ପାଇଛି। ତାଙ୍କ ମନ୍ତବ୍ୟ ଦେଶ ବିରୋଧୀ।”



from Odisha Reporter https://ift.tt/38LQk42

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages