ପୁଣି ଆସୁଛି ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 18, 2020

ପୁଣି ଆସୁଛି ବର୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଏଭଳି ସ୍ଥିତି ଆହୁରି ୭ ଦିନ ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ କୁହାଯାଇଥିବା ବେଳେ ଆଗକୁ ବର୍ଷା ସମ୍ଭାବନା ରହିଥିବା ମଧ୍ୟ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍ ସୁଧାକର ବାରିକଙ୍କ ସୂଚନା ଅନୁଯାୟୀ, ୨୨ ଓ ୨୩ ତାରିଖରେ ୫ଟି ଜିଲ୍ଲାରେ ବର୍ଷା ହେବ। ଏହି ଜିଲ୍ଲା ଗୁଡ଼ିକ ହେଉଛି- ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼। ଏସବୁ ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି।

ସେହିପରି କୁହୁଡ଼ି ବାବଦରେ ସୂଚନା ଦେଇ ଶ୍ରୀ ବାରିକ କହିଛନ୍ତି,‍ “ଆଜି ଚାନ୍ଦବାଲି, ପାରାଦୀପ, ଗୋପାଳପୁର, ଭବାନୀପାଟଣା, ମାଲକାନଗିରି ଓ ଦାରିଙ୍ଗବାଡ଼ିରେ କୁହୁଡ଼ି ଦେଖିବାକୁ ମିଳିଛି। ହେଲେ ପାରାଦୀପ, ଗୋପାଳପୁର ଓ ମାଲକାନଗିରିରେ ଘନ କୁହୁଡ଼ି ହୋଇଛି। ସାତ ଦିନ ଯାଏ ସାରା ରାଜ୍ୟରେ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ପାଇଁ ବଲାଙ୍ଗିର, କଳାହାଣ୍ଡି, ଅନୁଗୋଳ, ବୌଦ୍ଧ, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦେଖା ଯିବା ନେଇ ପୂର୍ବାନୁମାନ କରାଯାଇଛି। ଏଥିସହ ୨୧ ତାରିଖରେ ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, କୋରାପୁଟ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଯାଜପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ ଓ ସୁନ୍ଦରଗଡ଼ରେ ପ୍ରବଳ ଘନ କୁହୁଡ଼ି ଦେଖାଯାଇପାରେ।”



from Odisha Reporter https://ift.tt/2G9oguV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages