ଇରାକ ଓ ଇରାନ ଆକାଶରେ ଉଡ଼ିବନି ଆମେରିକା ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 7, 2020

ଇରାକ ଓ ଇରାନ ଆକାଶରେ ଉଡ଼ିବନି ଆମେରିକା ବିମାନ

ୱାଶିଂଟନ: ଇରାନ ମିସାଇଲ ମାଡ଼ କରିବା ପରେ ଏବେ ଆମେରିକା ନୂଆ ପଦକ୍ଷେପ ଗ୍ରହଣ କରିଛି। ଆମେରିକାର ଫେଡରାଲ ବିମାନ ଚଳାଚଳ ପ୍ରଶାସନ ଦେଶର ସମସ୍ତ ବିମାନ କମ୍ପାନୀ ଗୁଡ଼ିକୁ ଇରାକ, ଇରାନ, ଗଲ୍ଫ ଅଫ ଓମାନ ଓ ଇରାନ ଏବଂ ସାଉଦି ଆରବ ମଧ୍ୟରେ ଥିବା ପାଣି ଉପରର ଆକାଶ ପଥ ବ୍ୟବହାର ନ କରିବାକୁ କହିଛି।

ଇରାନ ଆଜି ଇରାକରେ ଥିବା ଆମେରିକା ଏୟାରବେସ୍‌ରେ ଆକ୍ରମଣ କରିବାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ି ଯାଇଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଆମେରିକା ପକ୍ଷରୁ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟରେ ରାଜନୀତିକ ବିବାଦ ଓ ସାମରିକ କାର୍ଯ୍ୟାନୁଷ୍ଠାନ ବଢ଼ିବାରେ ଲାଗିଛି। ତେଣୁ ଏଭଳି ସ୍ଥିତିରେ ଆମେରିକା ବିମାନ ଗୁଡ଼ିକ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ଆକାଶ ପଥ ବ୍ୟବହାର କରିବାରୁ ନିରାପଦ ନୁହେଁ। ଖାସ ଏହି କାରଣ ପାଇଁ ଆମେରିକା ବିମାନ ଗୁଡ଼ିକୁ ସେଠାକାର ଆକାଶ ପଥ ବ୍ୟବହାର ନ କରିବା ପାଇଁ କୁହାଯାଇଛି।



from Odisha Reporter https://ift.tt/2T4beqk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages