କଥା କଟାକଟିରୁ ଅଫିସରେ ପଡ଼ିଲା ତାଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 9, 2020

କଥା କଟାକଟିରୁ ଅଫିସରେ ପଡ଼ିଲା ତାଲା

ରାଇରଙ୍ଗପୁର(ରାଜେଶ ଶର୍ମା): ଉନ୍ନୟନମୂଳକ କାମକୁ ନେଇ ରାଇରଙ୍ଗପୁର ଆଇଟିଡିଏ ପିଏ ଓ ମୟୂରଭଞ୍ଜ ସାଂସଦଙ୍କ ମଧ୍ୟରେ  ହେଲା କଥା କଟାକଟି। ଏହାପରେ ସାଂସଦଙ୍କ ସମର୍ଥକ ଆଇଟିଡିଏ ଅଫିସରେ ତାଲା ପକାଇ ଦେଇଥିଲେ । ଏହି ଘଟଣାରେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଓ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଆଇଟିଡିଏ ପିଏ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କ ଅଭିଯୋଗ ଆଧାରରେ ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଦିବାସୀ ଅଞ୍ଚଳର ବିକାଶ କାର୍ଯ୍ୟର ତଦାରଖ ପାଇଁ ଗତକାଲି ସାଂସଦ ଓ ବିଧାୟକ ଆଇଟିଡିଏ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଉନ୍ନୟନମୂଳକ କାମକୁ ନେଇ ସାଂସଦଙ୍କର ଆଇଟିଡିଏ କାର୍ଯ୍ୟାଳୟର ପିଏ ଅନନ୍ତ ନାରାୟଣଙ୍କ ସହ କଥା କଟା କଟି ହୋଇଥିଲା । ପରେ ସାଂସଦଙ୍କ ସମର୍ଥକ ଆଇଟିଡିଏ ଅଫିସରେ ତାଲା ପକାଇ ଦେଇଥିଲେ । ଖବର ପାଇ ରାଇରଙ୍ଗପୁର ଉପଜିଲ୍ଲାପାଳ ଓ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ତାଲାକୁ ଭାଙ୍ଗିଥିଲେ।



from Odisha Reporter https://ift.tt/37ThZj6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages