ଶିଶୁଙ୍କୁ ପଣବନ୍ଦୀ ରଖିଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ପିଟିପିଟି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 30, 2020

ଶିଶୁଙ୍କୁ ପଣବନ୍ଦୀ ରଖିଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ପିଟିପିଟି ମାରିଦେଲେ

ଫାରୁକାବାଦ: ଉତ୍ତର ପ୍ରଦେଶର ଫାରୁକାବାଦରେ ଜନ୍ମ ଦିନ ପାର୍ଟି ଆଳରେ ୨୩ ଜଣ ଶିଶୁଙ୍କୁ ପଣବନ୍ଦୀ କରି ଦୀର୍ଘ ୯ ଘଣ୍ଟା କାଳ ଆତଙ୍କ କରୁଥିବା ବ୍ୟକ୍ତି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି। ଏଥିସହ ପଣବନ୍ଦୀ ହୋଇ ରହିଥିବା ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ହେଲେ ଏବେ ଗାଁ ଲୋକମାନେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ପଣବନ୍ଦୀ କରି ଆତଙ୍କରାଜ ଚଳାଉଥିବା ସୁଭାଷ ବାଥମ ସହ ତା’ ପତ୍ନୀ ମିଳିତ ଭାବେ ଅପହରଣର ନାଟକ ରଚିଥିବା ଗାଁ ଲୋକମାନେ ସନ୍ଦେହ କରି ଏଭଳି କାଣ୍ଡ ଭିଆଇଛନ୍ତି।

ଏକ ହତ୍ୟା ମାମଲାରେ ଜେଲଦଣ୍ଡ ପାଇ ଜାମିନରେ ଆସିଥିବା ସୁଭାଷ ଗତକାଲି ଜନ୍ମ ଦିନ ପାର୍ଟି ଆୟୋଜନ କରିବା ନାଁରେ ପଡ଼ୋଶୀ ଲୋକଙ୍କ ପିଲାମାନଙ୍କୁ ନିଜ ଘରକୁ ଡାକିଥିଲା। ଏହି ଘରେ ତା’ ପତ୍ନୀ ଓ ବର୍ଷକର ଶିଶୁକନ୍ୟା ମଧ୍ୟ ରହିଥିଲେ। ହେଲେ ସେ ସମସ୍ତଙ୍କୁ ବନ୍ଧୁକ ମୁନରେ ପଣବନ୍ଦୀ କରି ଆତଙ୍କରାଜ ଆରମ୍ଭ କରିଥିଲା। ପୁଲିସ୍‌ ଓ ସାଧାରଣ ଲୋକଙ୍କ ଉପରକୁ ସୁଭାଷ ଗୁଳି ଚଳାଇବାକୁ ମଧ୍ୟ ପଛାଇ ନଥିଲା।

ଶେଷରେ ପୁଲିସ୍‌ ଓ ଆତଙ୍କବାଦୀ ନିରୋଧ ସ୍କ୍ୱାଡର କମାଣ୍ଡୋମାନେ ଦୀର୍ଘ ୯ ଘଣ୍ଟାକାଳ ପରିଶ୍ରମ କରିବା ପରେ ସୁଭାଷକୁ ଗୁଳି କରି ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।

ଏହାର କିଛି ସମୟ ପରେ ଗାଁ ଲୋକମାନେ ସୁଭାଷର ପତ୍ନୀଙ୍କୁ ଏସବୁ ଘଟଣା ପାଇଁ ଦାୟୀ କରି ଆକ୍ରମଣ କରିଥିଲେ। ତାଙ୍କୁ ମାଡ଼ ମାରିବା ସହ ପଥର ଦ୍ୱାରା ଆକ୍ରମଣ କରିଥିଲେ। ସେ ଗୁରୁତର ଆହତ ହେବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ସୁଭାଷର ପତ୍ନୀ ଏହି ଅପହରଣ ନାଟକରେ ସାମିଲ ଥିଲା କି ନାହିଁ ସେକଥା ପୁଲିସ୍‌ ଏଯାଏ ସ୍ପଷ୍ଟ କରିପାରି ନାହିଁ।



from Odisha Reporter https://ift.tt/2ShCqAb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages