ବାହାଘର ପୂର୍ବରୁ ବ୍ଲେଡମାଡ଼, ଧମକ ଦେଲେ ସେ ଝିଅକୁ ବାହା ହେବୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 17, 2020

ବାହାଘର ପୂର୍ବରୁ ବ୍ଲେଡମାଡ଼, ଧମକ ଦେଲେ ସେ ଝିଅକୁ ବାହା ହେବୁନି

ନୀଳଗିରି(ଓଡ଼ିଶା ରିପୋର୍ଟର):ବିବାହ ପାଇଁ ନିମନ୍ତ୍ରଣ କାର୍ଡ ଦେବାକୁ ଯାଇଥିଲେ ଯୁବକ। ହେଲେ ଫେରିବା ବେଳେ ପିଟିଲେ  ଦୁର୍ବୃତ୍ତ। ଏପରି କିଛି ଘଟଣା ଏବେ ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

ସୂଚନା ଅନୁଯାୟୀ ମନୋଜ ବେହେରା ନାମକ ଜଣେ ଯୁବକଙ୍କର ଆସନ୍ତାକାଲି ବିବାହ ହେବାର ଥିଲା।  ଏଥିପାଇଁ ସେ ନିକଟସ୍ଥ କାଳୀଝାଟି ଅଞ୍ଚଳକୁ ବିବାହ ନିମନ୍ତ୍ରଣ ଦେବାକୁ ଯାଇଥିଲେ। ହେଲେ ତିନିକୋଶିଆ ଜଙ୍ଗଲ ରାସ୍ତାରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଧମକାଇ ଉକ୍ତ ଯୁବତୀଙ୍କୁ ବିବାହ ନକରିବାକୁ ଧମକାଇଥିଲେ। ଏଥି ସହ ନିର୍ଧୂମ ପିଟିବା ସହ ୫୦୦୦ ଟଙ୍କା ନେଇଯାଇଛନ୍ତି। ବ୍ଲେଡ୍‌ରେ ତାଙ୍କ ଉପରକୁ ଆକ୍ରମଣ କରି ସେଠୁ ଚମ୍ପଟ୍ ମାରିଛନ୍ତି।

ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରେମ ବ୍ୟାପରକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହରେ ନୀଳଗିରି ପୁଲିସ ଖୋଲତାଡ଼ କରୁଛି ।



from Odisha Reporter https://ift.tt/2v0F850

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages