ପାକିସ୍ତାନର ହିନ୍ଦୁ ଶରଣାର୍ଥୀ ଯୁବତୀଙ୍କୁ ପରୀକ୍ଷା ଦେବା ପାଇଁ ମିଳୁନି ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 1, 2020

ପାକିସ୍ତାନର ହିନ୍ଦୁ ଶରଣାର୍ଥୀ ଯୁବତୀଙ୍କୁ ପରୀକ୍ଷା ଦେବା ପାଇଁ ମିଳୁନି ଅନୁମତି

କୋଟା: ପାକିସ୍ତାନର ହିନ୍ଦୁ ଶରଣାର୍ଥୀ ଦମୀ କୋହଲିଙ୍କୁ ପରୀକ୍ଷା ଦେବା ପାଇଁ ରାଜସ୍ଥାନ ବୋର୍ଡ ଅନୁମତି ଦେଉନି। ସେ ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେବା ପାଇଁ ରାଜସ୍ଥାନ ବୋର୍ଡର ଫର୍ମ ପୂରଣ କରିଥିଲେ। ହେଲେ ପରୀକ୍ଷା ନିୟମରେ କିଛି ପରିବର୍ତ୍ତନ ହେବା ପରେ ସେ ଆବଶ୍ୟକ ଦସ୍ତାବିଜ ଦେଇ ପାରୁ ନାହାନ୍ତି। ଫଳରେ ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ମାମଲା ବଢ଼ିବାରୁ ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି, ପରୀକ୍ଷା ନିୟମରେ ପରିବର୍ତ୍ତନ ହୋଇଛି। ତେଣୁ ସେ ପରୀକ୍ଷା ଦେଇ ପାରିବେ ନାହିଁ।

ଦମୀ କୋହଲି କିଛି ବର୍ଷ ପୂର୍ବେ ପାକିସ୍ତାନର ସିନ୍ଧ ପ୍ରାନ୍ତରୁ ଭାରତ ପଳାଇ ଆସିଥିଲେ। ସେଠାରେ ତାଙ୍କ ପରିବାର ଧାର୍ମିକ ପ୍ରତାଡନାର ଶିକାର ହେବା ପରେ ବାଧ୍ୟ ହୋଇ ପାକିସ୍ତାନ ଛାଡ଼ି ଭାରତ ପଳାଇ ଆସିଥିଲେ। ପାକିସ୍ତାନରେ ଥିବା ବେଳେ ସେ ୧୦ମ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ। ଏବେ ଦମୀ କୋହଲି ଯୋଧପୁର ଆଙ୍ଗନଓ୍ୱା ଶରଣାର୍ଥୀ କ୍ୟାମ୍ପରେ ରହୁଛନ୍ତି। ନିକଟରେ ଥିବା ଏକ ସ୍କୁଲରେ ସେ ଏକାଦଶ ଶ୍ରେଣୀର ଆଡ଼ମିଶନ କରିଥିଲେ।

ଖବର ସରବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେଇ ଦମୀ କହିଛନ୍ତି, ‘ଆଡ଼ମିଶନ ନେବା ପରେ ମୁଁ ନିୟମିତ ସ୍କୁଲ ଯାଉଥିଲି। ଏମିତିକି ମୋ ପାଖରେ ଏକାଦଶ ଶ୍ରେଣୀ ପରୀକ୍ଷାରେ ପାସ୍ କରିଥିବାର ମାର୍କ ସିଟ୍ ମଧ୍ୟ ରହିଛି। ଆଉ ମାସେ ପରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅଛି। ଏବେ ମାସକ ପୂର୍ବରୁ ମୋତେ ନୋଟିସ ଦେଇ କୁହାଯାଇଛି ମୁଁ ପରୀକ୍ଷା ଦେଇ ପାରିବି ନାହିଁ। ମୁଁ ସ୍କୁଲର ସମସ୍ତ ନିୟମ ପାଳନ କରିଛି ଏହାର ପ୍ରମାଣ ଦେଇଛି। ହେଲେ ମୋତେ ଶିକ୍ଷାର ଅଧିକାରରୁ ବଞ୍ଚିତ କରାଯାଉଛି’।

ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ କହିଛନ୍ତି, ‘ଆମେ ପାକିସ୍ତାନ ଦୂତାବାସକୁ ସେଠିକାର ୧୦ମ ସିଲାବସ ମାଗିଛୁ। ପାକିସ୍ତାନ ଦୂତାବାସ ଦେବା ପରେ ଆମେ ଏହାକୁ ରାଜସ୍ଥାନ ଶିକ୍ଷା ବୋର୍ଡର ସିଲାବସ ସହ ମିଶୁଛି କି ନାହିଁ ଦେଖିବୁ। ଯଦି ସବୁକିଛି ଠିକ୍ ରୁହେ ତା’ହେଲେ କୋହଲିଙ୍କୁ ପରୀକ୍ଷା ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି’।



from Odisha Reporter https://ift.tt/2SMKM4u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages