ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ସାଧାରଣତନ୍ତ୍ର ଦିବସକୁ ବିରୋଧ କରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବରିପାଲି ଗାଁରେ ଦୁଇଟି ନକ୍ସଲ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। କମ୍ୱିଂ ଅପରେସନ୍ ସମୟରେ ବରଗଡ଼ ଜିଲ୍ଲା ବୁଡ଼େନ ଥାନାର ପୁଲିସ୍ କର୍ମଚାରୀମାନେ ଏହି ପୋଷ୍ଟର ଦୁଇଟି ଦେଖିଥିଲେ ଓ ସେଗୁଡ଼ିକୁ ଜବତ କରିଥିଲେ। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।
ବଲାଙ୍ଗିର-ବରଗଡ଼ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲମାନେ ସକ୍ରିୟ ଥିବା ବେଳେ ଆଜି ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିଛନ୍ତି। ପୋଷ୍ଟରରେ ସାଧାରଣତନ୍ତ୍ର ଦିବସକୁ ନକ୍ସଲମାନେ ବିରୋଧ କରି କଳାପତାକା ଉଡ଼ାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହାସହିତ ଗଣତନ୍ତ୍ର ନାଁରେ ହିଟଲର ଶାସନ ଚାଲିଛି ଏବଂ ସର୍ବହରା ମାନେ ଅବହେଳିତ ହୋଇ ରହୁଛନ୍ତି ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଥିଲା। ପୋଷ୍ଟରରେ ନବଜନକ୍ରାନ୍ତି ଜିନ୍ଦାବାଦ, ବିଶ୍ୱ ସର୍ବହରା କ୍ରାନ୍ତି ଜିନ୍ଦାବାଦ ଲେଖାଯାଇଥିବା ବେଳେ ଶେଷରେ ବି.ବି.ଏମ ଡିଭିଜନ ବା ବଲାଙ୍ଗିର-ବରଗଡ- ମହାସମୁନ୍ଦ ଡିଭିଜନ କମିଟି ଲେଖାଯାଇଥିଲା।
from Odisha Reporter https://ift.tt/37oxTlA
No comments:
Post a Comment