ଟ୍ରକ୍‌ ଚକା ତଳେ ଗଲା ଗଜରାଜ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 29, 2020

ଟ୍ରକ୍‌ ଚକା ତଳେ ଗଲା ଗଜରାଜ ଜୀବନ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ଏନ୍ଏଚ୍-୫୫ର ସଦର ରେଞ୍ଜ୍ ଜୀବନଖୋଲ ନିକଟରେ ଆଜି ଭୋରରୁ ଟ୍ରକ୍ ଧକ୍କାରେ ଏକ ହାତୀର ଜୀବନ ଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ତଳେ ମୃତ ହାତୀଟି ଚାପି ହୋଇ ରହିଥିବାବେଳେ ଦୁର୍ଘଟଣା ପରେ ହାତୀର ଦାନ୍ତଟି ଭାଙ୍ଗି ଖଣ୍ଡେ ଦୂରରେ ପଡ଼ିଛି ।

ଆଉ ଗୋଟିଏ ହାତୀ ଆହତ ହୋଇ ଜଙ୍ଗଲକୁ ପଳାଇଥିବା  ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି। ଦୁର୍ଘଟଣା ଘଟାଇ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାଯାଇଛି।

ଦୁର୍ଘଟଣାସ୍ଥଳଟି ହାତୀ ଯାତାୟାତ ରାସ୍ତା ବୋଲି ସୂଚନା ଫଳକ ଲାଗିଛି । ଏହାସତ୍ତ୍ୱେ କିପରି ଟ୍ରକ୍‌ଟି ଦ୍ରୁତ ଗତିରେ ଯାତାୟତ କରୁଥିଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ପରିବେଶବିତମାନେ ଉଦ୍‌ବେଗ୍‌ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/37EsLtF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages