ପୁଣି ଶବକୁ ଉପହାସ; ଗାଡ଼ି ଥାଇ ବି କାନ୍ଧରେ ବୋହିଲେ ପରିବାର ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 1, 2020

ପୁଣି ଶବକୁ ଉପହାସ; ଗାଡ଼ି ଥାଇ ବି କାନ୍ଧରେ ବୋହିଲେ ପରିବାର ଲୋକେ

କଳାହାଣ୍ଡି (ରାଜ କୁମାର ସିଂଦେବ): ପୁଣି ଶବକୁ ଉପହାସ। ଦାନ ମାଝି ଘଟଣାରେ ଓଡ଼ିଶା ସମଗ୍ର ବିଶ୍ୱ ସମ୍ମୁଖରେ ଲଜ୍ଜିତ ହେବା ପରେ ମଧ୍ୟ ଚେତୁନି ପ୍ରଶାସନ। ମେଡିକାଲରେ ଶବ ବାହକ ଗାଡ଼ି ତଥା ମହାପ୍ରୟାଣ ଗାଡ଼ି ଥିବା ସତ୍ତ୍ୱେ କେତେବେଳେ ବାଇକ୍‌ରେ, କେତେବେଳେ ସାଇକେଲ୍‌ରେ ତ କେତେବେଳେ କାନ୍ଧରେ ଶବ ବୁହା ହେଉଛି। ଏପରି ଘଟଣା ରୋକିବାକୁ ସରକାରଙ୍କ ନାଲି ଆଖି କାମ ନ ଦେବା ପରି ଲାଗୁଛି। ପୁଣି ଏପରି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି।

ପୂରା ଘଟଣାଟି ଏହିପରି।  ଲାଞ୍ଜିଗଡ଼ା ବ୍ଲକ ଅନ୍ତର୍ଗତ ବରାପାଲି ଗାଁର କୁନି ନାୟକଙ୍କୁ ଜ୍ୱର ହେବାରୁ ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟା ୭ଟା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାର ବର୍ଗ ଶବ ବାହକ ଗାଡ଼ି ମାଗିବା ସତ୍ତ୍ୱେ ଦୀର୍ଘ ସମୟ ପର୍ଯ୍ୟନ୍ତ ମେଡିକାଲ ପକ୍ଷରୁ ତାହା ଯୋଗାଇ ଦିଆଯାଇ ନ ଥିଲା। ପ୍ରଥମେ ଗାଡ଼ି ଖରାପ ଥିବା କୁହାଯାଇଥିବା ବେଳେ ପରେ ଚାଳକ ନ ଥିବା କୁହାଯାଇଥିଲା।

ଦୀର୍ଘ ସମୟ ଧରି ପରିବାରବର୍ଗ  ଶବ ବାହକ ଗାଡ଼ି ପାଇଁ କହି ନିରାଶ ହେବା ପରେ ବାଧ୍ୟ ହୋଇ ରାତି ୧୦ଟା ପରେ ମୃତଦେହକୁ କାନ୍ଧରେ ବୋହି ଗାଁ ଅଭିମୁଖେ ବାହାରିଥିଲେ। ମୃତା ମହିଳାଙ୍କ ଘର ମେଡିକାଲରୁ ଆନୁମାନିକ ୪୦ କି.ମି. ଦୂର ହୋଇଥିବା ବେଳେ ପରିବାର ଲୋକେ ଶବ ଧରି ୪ କି.ମି ଅତିକ୍ରମ କରି ସାରିଥିଲେ।

ଏହାପରେ ସେମାନଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ହେଲେ ଅସନ୍ତୁଷ୍ଟ ପରିବାର ଲୋକେ ଗାଡ଼ିକୁ ଫେରାଇ ଦେଇଥିଲେ। ଏହାପରେ କିଛି ବାଟ ଯିବା ପରେ ସେମାନଙ୍କ ଗାଡ଼ି ପହଞ୍ଚିବାରୁ ସେଥିରେ ଶବ ଗାଁକୁ ନିଅଯାଇଥିବା ଜଣାଯାଇଛି।  ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

ମୃତଦେହକୁ ସମ୍ମାନ ଜଣାଇବା ପାଇଁ ସରକାର ମାଗଣାରେ ଶବ ବାହକ ଗାଡ଼ି ତଥା ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା କରିଛନ୍ତି। ହେଲେ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଗାଡ଼ି ଥାଇ ବି ଆବଶ୍ୟକ ସମୟରେ ଲୋକେ ଏହାର ଲାଭ ପାଇପାରୁ ନାହାନ୍ତି।



from Odisha Reporter https://ift.tt/2tpWhE9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages