ନିଖୋଜ ନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 22, 2020

ନିଖୋଜ ନାୟକ

ଭୁବନେଶ୍ୱର (ତାପସ ବେହେରା): ହ ଖୁନ୍‌ କହୋ କିସ୍‌ ମତଲବ୍‌ କା ଜିସ୍‌ମେଁ ଓବାଲ କା ନାମ୍‌ ନହିଁ। ୱହ ଖୁନ୍‌ କହୋ କିସ୍‌ ମତଲବ୍‌କା ଆସକେ ଦେଶ୍‌ କା କାମ୍‌ ନହିଁ। ଓହ ଖୁନ୍‌ କହୋ କିସ୍‌ ମତଲବ୍‌ କା ଜୀସମେଁ ଜୀବନ ନ ରୱାନୀ ହେ। ଜୋ ପରୱସ୍‌ ହୋକର ବହତା ହେ ୱହ୍‌ ଖୁନ୍‌ ନହିଁ ହେ ପାନି ହେ।

ଏ ଜାତିର ବୀର ତଥା ସ୍ୱତନ୍ତ୍ରତା ସଂଗ୍ରାମର ଅନ୍ୟତମ ନାୟକ ନେତାଜୀ ସୁବାଷ ବୋଷ। ତାଙ୍କୁ ନେଇ ବିଶିଷ୍ଟ କବି ଗୋପାଳ ପ୍ରସାଦ ବ୍ୟାସଙ୍କ କଲମରୁ ଝଙ୍କୃତ ହୋଇଥିଲା ଏହି କ୍ରାନ୍ତିକାରୀ କବିତା, ଯାହା ଆଜି ବି କାନରେ ବାଜିଲେ ଶରୀର ଶିହରି ଉଠେ। ଜାଗ୍ରତ ହୁଏ ଦେଶ ପ୍ରେମର ଜୁଆର। ସାମ୍ନାରେ ନାଚି ଉଠେ ତାଙ୍କ ବୀରତ୍ୱର ଚେହେରା। ଅଦମ୍ୟ ସାହସୀ, ଉଗ୍ରଦେଶପ୍ରେମୀ ଏବଂ ଜଣେ ଅଜେୟ ଆତ୍ମବିଶ୍ୱାସର ଅନ୍ୟ ନାମ ସୁବାଷଙ୍କ ଜୀବନୀ ଖୁବ୍‌ ପ୍ରେରଣାଦାୟୀ। କେବେ ସେ ଚାଣକ୍ୟ ସାଜି ବନ୍ଦୀ ଗୃହରୁ ଖସି ଯାଇପାରନ୍ତି ପୁଣି କେବେ ଅଭିମନ୍ୟୁ ସାଜି ଏମିତି ଚକ୍ରବ୍ୟୁହରେ ଫସିଯାଆନ୍ତି ଯେ, ତାଙ୍କ ଜୀବନ-ମୃତ୍ୟୁ ହୋଇଯାଏ ରହସ୍ୟଜନକ। ନେତାଜୀ ଅନ୍ତର୍ଧାନ ହେବାର ୭୫ ବର୍ଷ ବିତିଗଲାଣି, ଏହାରି ଭିତରେ କେତେ ତଦନ୍ତ ହେଲାଣି, କେତେ ଗୁପ୍ତ ଫାଇଲ ଖୋଲାଗଲାଣି ତଥାପି ତାଙ୍କ ମୃତ୍ୟୁ ସମ୍ପର୍କରେ ତଥ୍ୟ ଅସ୍ପଷ୍ଟ। ଆଉ ସେ ହୋଇଯାଆନ୍ତି ଶତାବ୍ଦୀର ନିଖୋଜ ନାୟକ। ଆଜି ଭାରତ ମାତାଙ୍କ ସେଇ ସୁଯୋଗ୍ୟ ସନ୍ତାନ, ଓଡ଼ିଶାର ବରପୁତ୍ରଙ୍କର ୧୨୪ତମ ଜୟନ୍ତୀ।

ବିପ୍ଳବୀ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ହୁଏ କଟକର ଓଡ଼ିଆ ବଜାରରେ। ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ ଜନ୍ମ ହୋଇଥିବା ନେତାଜୀଙ୍କ ବାପା ହେଉଛନ୍ତି ବାପା ଜାନକୀ ନାଥ ବୋଷଙ୍କ ଓ ମାଆ ପ୍ରଭାବତୀ ଦେବୀ। ପିତା ଥିଲେ ଜଣେ ଆଇନଜୀବୀ।

ସେ କଟକର ରେଭନ୍ସା କଲେଜିଏଟ୍ ସ୍କୁଲରେ ପାଠ ପଢିଥିଲେ। ପିଲାବେଳେ ସେ ଖୁବ୍‌ ମେଧାବୀ ଓ ବୁଦ୍ଧିମାନ ବି ଥିଲେ। କଲିକତାର ପ୍ରେସିଡ଼େନସି କଲେଜରୁ ବି.ଏ ପାସ କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ନୀତିରେ ସେ ବହୁ ମାତ୍ରାରେ ଅନୁପ୍ରାଣିତ ହୋଇଥିଲେ। ୧୯୧୯ ମସିହାରେ ସେ ବ୍ରିଟେନ୍ ଯାଇ ଇଣ୍ଡିଆନ୍‌ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୁଅନ୍ତି। ୧୯୨୧ ମସିହାରେ ଭାରତୀୟ ପ୍ରଶାସନିକ ସେବାର ଉଚ୍ଚ ପଦବୀ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଝାସ ଦିଅନ୍ତି। ଆଉ ଜେଲ୍ ବି ଯାଆନ୍ତି। ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀଙ୍କୁ ହରାଇ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୁଅନ୍ତି।୧୯୩୯ ମସିହାରେ ସେ ପୁଣିଥରେ ସେହି ପଦବୀକୁ ନିର୍ବାଚିତ ହୁଅନ୍ତି । ପରବର୍ତ୍ତୀ ସମୟରେ ସେଇ ପଦରୁ ସେ ଓହରି ଯାଆନ୍ତି।

କେବଳ ସଶସ୍ତ୍ର ବିଦ୍ରୋହ ହିଁ ଇଂରେଜ ସରକାରଙ୍କଠାରୁ କ୍ଷମତା ଛଡ଼ାଇ ଆଣିବାର ଏକମାତ୍ର ମାର୍ଗ ବୋଲି ନେତାଜୀ ବିଚାର କରୁଥିଲେ। ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ସୁଭାଷ ୧୯୪୧ରେ ଭାରତ ଛାଡ଼ି ବ୍ରିଟେନ ବିରୋଧୀ ଦେଶ ସହ ହାତ ମିଳାନ୍ତି। କେବେ ସେ ସୋଭିଏତ ଋଷ ତ କେବେ ଜାପାନ ପୁଣି କେବେ ଜମାନୀ ଯାଇ ହିଟ୍‌ଲରଙ୍କ ସହାୟତା ଲୋଡ଼ନ୍ତି। ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ନେତାଜୀଙ୍କ ନାରା ଥିଲା- ‘ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀତା ଦେବି’। ଆଉ ତାଙ୍କ ଡାକରାରେ ସମଗ୍ର ଦେଶରୁ ଅନେକ ଯୁବକ ‘ଆଜାଦ୍‌ ହିନ୍ଦ୍‌ ଫୌଜ୍‌’ରେ ସାମିଲ ହୋଇଥିଲେ।

ନେତାଜୀ ଯୁବଶକ୍ତି ପ୍ରସଙ୍ଗରେ ଆହ୍ୱାନ ଦେଇ କହିଥିଲେ, ଆମେ ସବୁ ବିଫଳ ହୋଇଯିବା କିନ୍ତୁ ଯୁବଶକ୍ତି ବିଫଳ ହେବନାହିଁ। ଆଜାଦ ହିନ୍ଦ ଫୌଜ ଇଂରେଜଙ୍କ ସହ ଯୁଦ୍ଧ କରି ଅନେକ ଅଞ୍ଚଳକୁ ମୁକ୍ତ କରିଥିଲା । ତେବେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ୧୯୪୫ରେ ତାଇହୋକୁ ବିମାନ ଦୁର୍ଘଟଣାରେ ସୁଭାଶ ବୋଷଙ୍କ ମୃତ୍ୟୁ ଘଟିଥିବା କୁହାଯାଏ। ହେଲେ ଆଜି ବି ତାଙ୍କ ମୃତ୍ୟୁ ଏକ ବିତର୍କିତ ପ୍ରସଙ୍ଗିତ ହୋଇ ରହିଯାଇଛି।



from Odisha Reporter https://ift.tt/2vdj0UZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages