ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏକ ନମ୍ବର ହାଟ ବାହାରେ ବାଇକ୍ ପାର୍କିଂ ନିଷେଧ ହେବା ପରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଉପସ୍ଥିତିରେ ଗତକାଲି ଏକ ନମ୍ବର ମାର୍କେଟ ଆଗରୁ ଜବରଦଖଲ ଉଚ୍ଛେଦ ହୋଇଛି। ଏୟାର ଇଣ୍ଡିଆ ଅଫିସ ନିକଟରେ ଥିବା ୧୫ଟି ଫଳ ଦୋକାନ ଏବଂ ଗୋଟିଏ କ୍ୟାବିନକୁ ଉଚ୍ଛେଦ କରାଯାଇଛି।
ଏହାସହ ରାଜମହଲରୁ ଏଜି ଛକ ଯାଏ ରାସ୍ତା କଡ଼ରେ ଥିବା ଦୋକାନଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯାଇଛି। ବହୁ ଫଳ ଦୋକାନୀଙ୍କ ଠେଲା ଗାଡ଼ିକୁ ଜେସିବି ସହାୟତାରେ ଭାଙ୍ଗି ଦିଆଯାଇଛି। ଯଦ୍ୱାରା ରାସ୍ତା ଉପରେ ପେଟି ପେଟି ଫଳ ଓ ଠେଲା ଗାଡ଼ି ଛିନ୍ନଛତ୍ର ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବିଏମସିର ନୂଆ କଟକଣା ଅନୁସାରେ ଏଣିକି ଏକ ନମ୍ବର ମାର୍କେଟରେ କେବଳ ସିଙ୍ଗଲ୍ ଲେନ୍ରେ ଚାରିଚକିଆ ଯାନ ରହିବ। ସେସବୁ ୪୫ ଡିଗ୍ରୀ କୋଣ କରି ପାର୍କିଂ ହେବ। ବାଇକ୍ଗୁଡିକ ପାଇଁ କ୍ୟାପିଟାଲ ଥାନା ପାଖରେ ଏକ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି।
from Odisha Reporter https://ift.tt/3aFP8AX
No comments:
Post a Comment