ଆଇବିଏମ ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 30, 2020

ଆଇବିଏମ ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ

ନ୍ୟୁୟର୍କ: ଭାରତୀୟ ବଂଶୋଦ୍ଭବ ଟେକ୍ନୋଲଜି ଏକଜ୍ୟୁକେଟିଭ ଅରବିନ୍ଦ କ୍ରିଷ୍ଣା ଆମେରିକାର ଆଇଟି ଜିଆଣ୍ଟ ଆଇବିଏମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ପାଇଛନ୍ତି। ସେ ଭିରଗିନିଆ ରୋମେଟ୍ଟୀଙ୍କ ଉତ୍ତରାଧିକାରୀ ଭାବେ ଦାୟତ୍ୱ ଗ୍ରହଣ କରିବେ।

ଭିରଗିନିଆ ମଧ୍ୟ ଅରବିନ୍ଦଙ୍କୁ ଆଇବିଏମ ସିଇଓ ହେବାକୁ ଯୋଗ୍ୟ ପ୍ରାର୍ଥୀ ବୋଲି କହିଛନ୍ତି। ତାଙ୍କ ନେତୃତ୍ୱରେ କମ୍ପାନୀ ଆହୁରି ଆଗକୁ ଯିବ ଓ ଶିଖରରେ ପହଞ୍ଚିବ ବୋଲି ସେ ମତ ଦେଇଛନ୍ତି।

ଆଇବିଏମର ବୋର୍ଡ ଅଫ ଡିରେକ୍ଟରସମାନେ ଅରବିନ୍ଦଙ୍କୁ କମ୍ପାନୀର ସିଇଓ ଭାବେ ନିଯୁକ୍ତି କରିବା ସହ ଏପ୍ରିଲ ୬ରୁ ସେ ବୋର୍ଡ ଅଫ ଡିରେକ୍ଟରସର ସଦସ୍ୟ ଭାବେ ଦାୟିତ୍ୱ ନେବେ। ବର୍ତ୍ତମାନ ଅରବିନ୍ଦ କମ୍ପାନୀର କ୍ଲାଉଡ ଓ କଗନିଟିଭ ସଫ୍ଟୱେରର ସିନିୟର ପ୍ରେସିଡେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି।

୫୭ ବର୍ଷୀୟ ଅରବିନ୍ଦ ୧୯୯୦ରେ ଆଇବିଏମରେ ଯୋଗଦେଇଥିଲେ। ସେ କାନପୁର ଆଇଆଇଟିରୁ ଅଣ୍ଡର ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଥିଲେ। ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ମଧ୍ୟ ଅରବିନ୍ଦ ପିଏଚଡି କରିଛନ୍ତି।



from Odisha Reporter https://ift.tt/2S90STY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages