୧୦ ଡିଗ୍ରୀ ତଳେ ୧୩ଟି ସହର; ସୋନପୁରରେ ସବୁଠୁ ଅଧିକ ଶୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 11, 2020

୧୦ ଡିଗ୍ରୀ ତଳେ ୧୩ଟି ସହର; ସୋନପୁରରେ ସବୁଠୁ ଅଧିକ ଶୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ଜାଡ଼ରେ ପୁଣି ଥରିଲା ସୋନପୁର। ଏଠାରେ ଆଜି ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପାମାତ୍ରା ୫ ଡିଗ୍ରୀ ରହିଥିବା ବେଳେ ଅନୁଗୋଳରେ ୬, ଟିଟିଲାଗଡ଼ରେ ୬.୫, ଦାରିଙ୍ଗବାଡ଼ିରେ ୭.୨, ଝାରସୁଗୁଡ଼ାରେ ୮.୪, କେନ୍ଦୁଝରରେ ୮.୮, କୋରାପୁଟରେ ୯, ବଲାଙ୍ଗିରରେ ୯, ସମ୍ବଲପୁରରେ ୯, ଭବାନୀପାଟଣାରେ ୯.୩, ସୁନ୍ଦରଗଡ଼ରେ ୯.୫ ଓ ବାଲେଶ୍ୱରରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱର ଓ କଟକର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୧.୩ ଓ ୧୦.୨ ଡିଗ୍ରୀ ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ଆସନ୍ତା ୨୪ ଘଣ୍ଟା ଯାଏ କିଛି ଜିଲ୍ଲାରେ ଏଭଳି କୋଲ୍ଡ ୱେଭ୍ ଜାରି ରହିବ ବୋଲି କୁହାଯାଇଛି।

ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର କହିଛନ୍ତି, “ଆସନ୍ତା ୨୪ ଘଣ୍ଟା ଯାଏ କିଛି ଜିଲ୍ଲାରେ କୋଲ୍ଡ ୱେଭ୍‌ ଲାଗି ରହିବ। ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଅନୁଗୋଳ, ଦେବଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗିର। ସେହିପରି ଆସନ୍ତା ୫ ଦିନ ଯାଏ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ତେବେ ଦୁଇରୁ ତିନି ଦିନ ଯାଏ ରାଜ୍ୟରେ ତାପମାତ୍ରା କମ୍‌ ରହିବ। ତା’ପରେ ତାପମାତ୍ରା ସାମାନ୍ୟ ବଢ଼ିବ।”

ସେ ଆହୁରି କହିଛନ୍ତି, “ଦିନେ ଦୁଇ ଦିନ ମଧ୍ୟରେ ପାହାଡ଼ିଆ ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଭବାନୀପାଟଣା, ସୁନ୍ଦରଗଡ଼, କୋରପୁଟ, ଫୁଲବାଣୀ। ଏଥିସହ କୋଷ୍ଟାଲ ଓଡ଼ିଶାରେ ମଧ୍ୟ କିଛି ପରିମାଣରେ କୁହୁଡ଼ି ଦେଖିବାକୁ ମିଳିବ।”

ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ପ୍ରାୟ ୧୦ଟି ପ୍ରମୁଖ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ସୋନପୁରରେ ତାପମାତ୍ରା ୬.୮ ଡିଗ୍ରୀ ରହିଥିଲା।



from Odisha Reporter https://ift.tt/2Nd5WFp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages