କାର୍‌-ସ୍କର୍ପିଓ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 21, 2020

କାର୍‌-ସ୍କର୍ପିଓ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମା ବହଲ ଛକ ନିକଟରେ ବୁଧବାର ସକାଳେ ଏକ କାର୍‌, ସ୍କର୍ପିଓ ମୁହାଁମୁହିଁ ଧକ୍କା ହୋଇଛନ୍ତି।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉକ୍ତ ସମୟରେ ସେଠାରେ କାମ କରୁଥିବା ୨ ଜଣ ଶ୍ରମିକଙ୍କ ଉପରେ ଗାଡ଼ି ଚଢ଼ିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ କାର୍‌ ଓ ସ୍କର୍ପିଓରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି।

ଆଜି ସକାଳେ ରାଉରକେଲା ପଟୁ ସୁନ୍ଦରଗଡ଼ ଅଭିମୁଖେ ଦ୍ରୁତ ଗତିରେ ଏକ କାର୍‌ ଯାଉଥିଲା। ଏହି ସମୟରେ ଅପର ପାର୍ଶ୍ୱରୁ  ଏକ ସ୍କର୍ପିଓ ରାଉରକେଲା ଅଭିମୁଖେ ଯାଉଥିଲା।  ରମା ବହଲ ଛକ ନିକଟରେ ଉଭୟ ଗାଡ଼ି ମଧ୍ୟରେ ଖୁବ୍‌ ଜୋର୍‌ରେ ଧକ୍କା ହୋଇଥିଲା। ଉକ୍ତ ସମୟରେ ସେଠାରେ highwayରେ କାମ କରୁଥିବା ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରି ନାହିଁ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଗୁରୁତର ଆହତ ୫ ଜଣଙ୍କୁ ଉଦ୍ଧାର କରି ରାଉରକେଲା ଆଇଜିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରିବା ନିମନ୍ତେ ନିଆଯାଉଥିବା ଜଣାଯାଇଛି।



from Odisha Reporter https://ift.tt/36ksnyV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages