ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଏତଲା ନ ରଖିବାରୁ ନିଲମ୍ବିତ ହେଲେ ପୁଲିସ୍ ଅଧିକାରୀ । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅଞ୍ଚଳରେ । ଏକ ଆକ୍ରମଣ ଘଟଣାରେ କଙ୍କଡାହାଡ ଥାନା ଆଇଆଇସି ମାସେ ହେଲା କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ଢେଙ୍କାନାଳ ଏସ୍ପି ଅନୁପମା ଜେମସ କଙ୍କଡାହାଡ ଥାନା ଏଏସଆଇ ଯଶୋବନ୍ତ ପୃଷ୍ଟିଙ୍କୁ ନିଲମ୍ବନ କରିବା ସହିତ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ଅଭିଯୋଗ ଅନୁସାରେ, ପଡ଼ୋଶୀ ଘର ବିବାଦର ସମାଧାନ କରିବାକୁ ଯାଇ ବବିତା କବି ନାମ୍ନୀ ମହିଳା ଆକ୍ରମଣର ଶିକାର ହୋଇଥିଲେ। ଏନେଇ ତାଙ୍କ ସ୍ୱାମୀ ଡିସେମ୍ବର ୧୪ ତାରିଖରେ କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍ ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ମହିଳାଙ୍କ ସମ୍ପର୍କୀୟ ଦିଅର ଜ୍ଞାନ ରଞ୍ଜନ ବେହେରା ଘଟଣା ବୁଝିବାକୁ ଥାନାକୁ ଯାଇଥିଲେ । ତେବେ ତାଙ୍କୁ ମଧ୍ୟ ଥାନାଧିକାରୀ ମାଡ ମାରିବା ସହ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ।
ଏହି ଘଟଣାରେ ବାରମ୍ବାର ଥାନାକୁ ଦୌଡ଼ି ମଧ୍ୟ କିଛି ନ୍ୟାୟ ପାଇପାରୁ ନ ଥିବା କ୍ଷୋଭଭରା କଣ୍ଠରେ କହିଛନ୍ତି ବବିତା । ସରକାର ମହିଳାଙ୍କ ସୁରକ୍ଷା ପାଇଁ କିଛି ପଦକ୍ଷେପ ନେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ମୋ’ ଜୀବନ ମାଟି ହୋଇଗଲା, ପରିବାର ଛାରଖାର ହୋଇଗଲା, ଆଉ କେହି ନାରୀ ଏପରି କଷ୍ଟ ନ ପାଆନ୍ତୁ ବୋଲି କୋହଭରା କଣ୍ଠରେ କହିଛନ୍ତି ବବିତା ।
ଏ ସମ୍ପର୍କରେ ମହିଳାଙ୍କ ସମ୍ପର୍କୀୟ ଦିଅର ଜ୍ଞାନ ରଞ୍ଜନ ବେହେରା କହିଛନ୍ତି, ସମ୍ପର୍କୀୟ ଭାଉଜଙ୍କୁ ମାଡ଼ ମରାଯାଇଥିବା ସଂକ୍ରାନ୍ତରେ ପୁଲିସ୍ କୌଣସି ପଦକ୍ଷେପ ନ ନେବାରୁ ଗତ ୭ ତାରିଖ ସନ୍ଧ୍ୟାରେ ଥାନାକୁ ଯାଇଥିଲୁ। ହେଲେ ସେଠାରେ ଆଇଆଇସି ପ୍ରମୋଦ ଲେଙ୍କା ନୂଆ ଏଫଆଇଆର ଦେବାକୁ କହିଥିଲେ। ଏହି ଘଟଣାକୁ ରେକର୍ଡିଂ କରୁଥିବା ବେଳେ ଆଇଆଇସି ଏହା ଦେଖି ଗାଳିଗୁଲଜ କରିଥିଲେ। ଏହାପରେ ରାତି ୭ଟାରୁ ୧୧ଟା ପର୍ଯ୍ୟନ୍ତ ଥାନାରେ ଉଲଗ୍ନ କରି ନିର୍ଧୂମ ପିଟିଥିବା କହିଛନ୍ତି। ଏହାପରଦିନ ସେ କାମାକ୍ଷାନଗର ମେଡିକାଲରେ ପହଞ୍ଚି ଚିକିତ୍ସା କରାଇଥିଲେ। ଏହାପରେ ଏସ୍ପି ଅଫିସକୁ ଯାଇ ଅଭିଯୋଗ କରିଥିଲେ।
from Odisha Reporter https://ift.tt/2QFtsge
No comments:
Post a Comment