କମ୍ବିଂ ବେଳେ ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 17, 2020

କମ୍ବିଂ ବେଳେ ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସୁମରବନ୍ଧ ଅଞ୍ଚଳରେ ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ ହୋଇଛନ୍ତି।  ଏସ୍ଓଜି କମ୍ବିଂ କରୁଥିବା ବେଳେ ନକ୍ସଲଙ୍କ ସହିତ ସେମାନଙ୍କର ଗୁଳି ବିନିମୟ ହୋଇଛି । ଏଥିରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ବିଳମ୍ବିତ ରାତି ଯାଏ ଏସ୍ଓଜି ସେହି ଅଞ୍ଚଳରେ କମ୍ବିଂ କରିଥିଲେ ।

KKBN ଡିଭିଜନର ୨୫ ଜଣ ମାଓବାଦୀ କ୍ୟାମ୍ପ କରିଥିବାର ଖବର ପାଇ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଲାଲବାହିନୀ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ନକ୍ସଲମାନେ ଛତ୍ର ଭଙ୍ଗ ଦେଇଥିବା ଏବଂ  ସେମାନଙ୍କ କ୍ୟାମ୍ପ ଧ୍ୱଂସ ହୋଇଥିବା କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି  ।



from Odisha Reporter https://ift.tt/2TKV6dZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages