ପରୀକ୍ଷା ପେ ଚର୍ଚ୍ଚା: ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 19, 2020

ପରୀକ୍ଷା ପେ ଚର୍ଚ୍ଚା: ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଟେନସନ ଦୂର କରିବା ପାଇଁ ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଜରିଆରେ କିଛି ଟିପ୍ସ ଦେଇଛନ୍ତି। ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆରମ୍ଭ କରିଥିଲେ। ଦିଲ୍ଲୀର ତାଲକଟୋର ଇନଡୋର ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୋଟ୍ ୨,୦୦୦ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାକୁ ଯାଇ କହିଛନ୍ତି, ୨୦୨୨ରେ ଦେଶ ସ୍ୱାଧୀନ ହେବାକୁ ୭୫ ବର୍ଷ ପୂରଣ କରିବ। ଏହି ସମୟରେ ଦେଶବାସୀ ଯାହା ବି କିଣିବେ ତାହା ମେକ୍ ଇନ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ହୋଇଥିବ। ଏହାଦ୍ୱାରା ଦେଶର ଲାଭ ହେବା ସହ ଅର୍ଥନୀତି ମଧ୍ୟ ମଜଭୁତ ହେବ।

ଅରୁଣାଚଳ ପ୍ରଦେଶ ଏମିତି ଏକ ରାଜ୍ୟ ଯେଉଁଠି ଲୋକମାନେ ପରସ୍ପରକୁ ଭେଟିବା ବେଳେ ଜୟ ହୀନ୍ଦ ବୋଲି କୁହନ୍ତି। ଭାରତରେ ଏମିତି ଜାଗା ବହୁତ କମ୍ ଥିବ। ଏହାବାଦ ଅନେକ ଜାଗା ରହିଛି ଦେଶରେ ଯେଉଁଠି ନିଜ ମାତୃଭାଷା ସହିତ ହିନ୍ଦୀ ଏବଂ ଇଂରାଜୀରେ ମଧ୍ୟ ସେଠିକାର ଲୋକ କଥାବର୍ତ୍ତା କରନ୍ତି। ଏହା ଭଲ କଥା। ତେଣୁ ଆମକୁ ନର୍ଥ ଇଷ୍ଟ ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜିର ପିଢ଼ି ଗୁଗୁଲରେ ସର୍ଚ୍ଚ କରି ଅନେକ କଥା ଜାଣୁଛନ୍ତି। ଟ୍ରେନ ଠିକ୍ ସମୟରେ ଆସୁଛି କି ନାହିଁ ସେ ବାବଦରେ ଗୁଗୁଲ ଦ୍ୱାରା ସବୁକିଛି ଅପଡେଟ୍ ଆସୁଛି। ଆଜିର ନୂଆ ପିଢ଼ି କିଛି ଜାଣିବାକୁ ହେଲେ କାହାର ସାହାଯ୍ୟ ନେବା ଦରକାର ନାହିଁ ବରଂ ଜ୍ଞାନ କୌଶଳର ବ୍ୟବହାର ବାବଦରେ ଜାଣିବା ଦରକାର।

ଆଜିର ପିଢ଼ି ସ୍ମାର୍ଟ ଫୋନରେ ସମୟ ବିତାଉଛନ୍ତି। ସ୍ମାର୍ଟ ଫୋନ ଯେତକ ସମୟ ଚୋରି କରୁଛି ସେଥିରୁ ୧୦ ପ୍ରତିଶତ ସମୟ ବାହାର କରି ପରିବାର ଲୋକଙ୍କ ସହ ଅତିବାହିତ କରିବା ଦରକାର। ଆମ ପାଖରେ ବୈଷୟିକ ଜ୍ଞାନକୁ ବ୍ୟବହାର କରିପାରିବାର କୌଶଳ ରହିଛି। ହେଲେ ବୈଷୟିକ ଜ୍ଞାନ ପ୍ରତି ଦୁର୍ବଳତା ନରହିବା ଦରକାର ବୋଲି ସେ କହିଛନ୍ତି।

କେବଳ ପରୀକ୍ଷାରେ ପାସ୍ କରି ମାର୍କ ରଖିବା ଜୀବନର ଅର୍ଥ ନୁହେଁ। ତେଣୁ ଅଭିଭାବକ ମାନେ ତାଙ୍କ ପୁଅ ଝିଅ ଉପରେ ପରୀକ୍ଷା ବୋଝ ନଦିଅନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ୧,୦୫୦ ଛାତ୍ରଛାତ୍ରୀ ଦିଲ୍ଲୀ ତାଲକୋଟ ଷ୍ଟାଡ଼ିୟମରେ ଉପସ୍ଥିତ ଥିଲେ। ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏହି ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ କ୍ୟାରିଅର ଓ ପରୀକ୍ଷା ପ୍ରସ୍ତୁତିକୁ ନେଇ ପ୍ରଶ୍ନ ପଚାରିଥିଲେ। ଅନଲାଇନ ଇଣ୍ଟରନେଟ ଜରିଆରେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ରାଜ୍ୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଡ଼ି ହୋଇଥିଲେ। କାର୍ଯ୍ୟକ୍ରମର ଆରମ୍ଭ ଏଚଆରଡି ମନ୍ତ୍ରୀ ରମେଶ ନିଶଙ୍କ ପୋଖରିୟାଲ କରିଥିଲେ।



from Odisha Reporter https://ift.tt/3ap0NE4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages