ଶିଖ୍‌ ଯୁବକଙ୍କୁ ଆକ୍ରମଣ ଘଟଣାରେ ଜାମିନ ପାଇଲେ ୩ ଅଭିଯୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

ଶିଖ୍‌ ଯୁବକଙ୍କୁ ଆକ୍ରମଣ ଘଟଣାରେ ଜାମିନ ପାଇଲେ ୩ ଅଭିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାର୍‌ ପାର୍କିଂକୁ ନେଇ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଆପାଟମେଣ୍ଟ ନିକଟରେ  ଶିଖ୍‌ ଯୁବକ ପରବିନ୍ଦର ପାଲ୍‌ ସିଂହଙ୍କ ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ଜାମିନ ମିଳିଯାଇଛି।  ଭୁବନେଶ୍ୱର ଏସଡିଜେମ୍ କୋର୍ଟରୁ ଗତକାଲି ସେମାନଙ୍କୁ ଜାମିନ ମିଳିଛି ।

ଗାଡି ପାର୍କିଂକୁ କେନ୍ଦ୍ର କରି ପରବିନ୍ଦର ପାଲ ସିଂହଙ୍କୁ ବିଜେଡିର ପୂର୍ବତନ କର୍ପୋରେଟରଙ୍କ ପୁତୁରା ଦୀପକ ଜେନା,  ତାଙ୍କ ସହଯୋଗୀ ଶଙ୍କର ରାଉତ ଏବଂ ଦୀପକ ମହାନ୍ତି ଆକ୍ରମଣ କରିଥିଲେ । ପୁଲିସ୍‌ ଉପସ୍ଥିତିରେ ଏଭଳି ମରଣାତ୍ମକ ଆକ୍ରମଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ   କମିଶନରେଟ ପୁଲିସ୍‌ ଦାୟିତ୍ୱରେ ଅବହେଳା ହୋଇଥିବା ମାନିବା ସହ ପିସିଆର ଇନଚାର୍ଜଙ୍କୁ ସସପେଣ୍ଡ କରିଥିଲେ ।

ସେହିପରି ୩ ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାଜର୍ସିଟ୍ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ ପୁଲିସ୍‌ କମିଶନର। ଏପରିକି ଭୁବନେଶ୍ୱର ଡିସିପି ଅନୁପ ସାହୁ ଗତକାଲି  ପରବିନ୍ଦରଙ୍କୁ ଭେଟିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପରବିନ୍ଦର  ।



from Odisha Reporter https://ift.tt/30r43tS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages