ବାପପୁଅଙ୍କୁ ଭୁଜାଲିରେ ହାଣିଲେ, ୬ ଲକ୍ଷ ଲୁଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 9, 2020

ବାପପୁଅଙ୍କୁ ଭୁଜାଲିରେ ହାଣିଲେ, ୬ ଲକ୍ଷ ଲୁଟିଲେ

ଧର୍ମଗଡ଼(ଇଙ୍ଗିତ ପଣ୍ଡା):  କପା ବିକ୍ରି ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହେଲେ ବାପା ପୁଅ। ଏହି ଆକ୍ରମଣରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ବାପା। ଏପରି ଘଟଣା ଗତକାଲି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବୋରଗୁଡ଼ା ନିକଟ ଜଙ୍ଗଲୀ ରାସ୍ତାରେ ଘଟିଛି। ଦୁର୍ବୃତ୍ତମାନେ ସେମାନଙ୍କ ନିକଟରୁ ୬ ଲକ୍ଷ ଟଙ୍କା ଲୁଟ୍‌ କରି ନେଇଛନ୍ତି।  ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ ବି ଅଭିଯୁକ୍ତଙ୍କ ସମ୍ପର୍କରେ ସୁରାକ ପାଇପାରି ନାହିଁ।

ଅଭିଯୋଗ ଅନୁସାରେ, ବୋରଗୁଡ଼ାର କ୍ଷିତି ନାଏକ ଓ ତାଙ୍କ ପୁଅ ବଳଭଦ୍ର ନାଏକ କପା ବିକ୍ରି ଟଙ୍କା ନେଇ ଏକ ବାଇକ୍‌ରେ ଗାଁକୁ ଫେରୁଥିଲେ । ଏହି ସମୟରେ ୩ ଜଣ  ଦୁର୍ବୃତ୍ତ ସେମାନଙ୍କୁ ଦୁଇଟି ବାଇକ୍‌ରେ ପିଛା କରିଥିଲେ । ପରେ ଜଙ୍ଗଲୀ ରାସ୍ତା ଦେଖି ସେମାନଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଦୁର୍ବୃତ୍ତମାନେ ସେମାନଙ୍କ ନିକଟରୁ ଟଙ୍କା ବ୍ୟାଗ ଛଡ଼ାଇବାକୁ ଉଦ୍ୟମ କରି ସଫଳ ନ ହେବାରୁ ଲୁହା ରଡ ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଫଳରେ ବାପପୁଅ  ତଳେ ପଡିଯିବାରୁ ଦୁର୍ବୃତ୍ତମାନେ ସେମାନଙ୍କଠାରୁ ୬ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ।

କିଛି ସମୟ ପରେ ଉକ୍ତ ବାଟ ଦେଇ ଯାଉଥିବା କିଛି ଲୋକ ଉଭୟଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଜୁନାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭବାନିପାଟଣାସ୍ଥିତ ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ବଳଭଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା  ଏନେଇ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍‌ ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ ଜବତ କରିଛି ।



from Odisha Reporter https://ift.tt/39S2edY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages