ମୋବାଇଲରେ ପର୍ଣ୍ଣ ଭିଡ଼ିଓ ଦେଖିବାରେ ଭାରତ ଏକ ନମ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 1, 2020

ମୋବାଇଲରେ ପର୍ଣ୍ଣ ଭିଡ଼ିଓ ଦେଖିବାରେ ଭାରତ ଏକ ନମ୍ୱର

ନୂଆଦିଲ୍ଲୀ: ଦେଶ ଏବେ ଡିଜିଟାଲ ମୁହାଁ। ହାତରେ ମୋବାଇଲ ଅଛି ମାନେ ଦୁନିଆ ଏବେ ହାତ ମୁଠାରେ। ହେଲେ ଡିଜିଟାଲ ଯୁଗରେ ହାତରେ ସ୍ମାର୍ଟଫୋନ ଧରୁଥିବା ବ୍ୟକ୍ତି ପର୍ଣ୍ଣ ବା ଅଶ୍ଳୀଳ ଭିଡିଓ ଦେଖିବାକୁ ପସନ୍ଦ କରୁଛନ୍ତି। ୨୦୧୯ରେ ସ୍ମାର୍ଟ ଫୋନରେ ପର୍ଣ୍ଣ ଭିଡିଓ ଦେଖିବାରେ ଭାରତ ଏକ ନମ୍ୱର ହୋଇଛି। ଦେଶର ୮୯ ପ୍ରତିଶତ ଲୋକ ମୋବାଇଲରେ ପର୍ଣ୍ଣ ଦେଖିଥିବା ଦେଖିବାକୁ ମିଳିଛି। ଏହି ସଂଖ୍ୟା ୨୦୧୭ ତୁଳନାରେ ୩ ପ୍ରତିଶତ ଅଧିକ ରହିଛି। ୨୦୧୯ରେ ସାରା ଦୁନିଆରେ ଏହାର ପ୍ରତିଶତ ୭୭ ପ୍ରତିଶତ ରହିଛି। ୨୦୧୮ରେ କିନ୍ତୁ ଏହା ୬୭ ପ୍ରତିଶତ ଥିଲା।

ଆଡ଼ଲ୍ଟ ଏଣ୍ଟରଟେନମେଣ୍ଟ ସାଇଟ୍ ପର୍ଣ୍ଣହବର ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ୪ ଜଣ ମୋବାଇଲ ଧରୁଥିଲେ ୩ ଜଣ ସେହି ମୋବାଇଲରେ ପର୍ଣ୍ଣ ଦେଖୁଛନ୍ତି। ଅର୍ଥାତ୍ ପର୍ଣ୍ଣ ଦେଖିବା ପାଇଁ ଏବେ ଡେସ୍କଟପ ଓ ଲାପଟପକୁ ଦ୍ୱିତୀୟ ପସନ୍ଦ ଭାବେ ଗ୍ରହଣ କରୁଛନ୍ତି ଭାରତୀୟମାନେ। ସେହିପରି ଗୁଗୁଲ ଆଣ୍ଡ୍ରୋଏଡ ମୋବାଇଲ ଫୋନରେ ୪୬.୬ ପ୍ରତିଶତ ଲୋକ ପର୍ଣ୍ଣ ଭିଡିଓ ଦେଖିଥିବା ବେଳେ ୫୨.୮ ପ୍ରତିଶତ ଲୋକ ଆଇଓଏସରେ ଦେଖୁଛନ୍ତି।

ଭାରତ ପରେ ପର୍ଣ୍ଣ ଭିଡିଓ ଦେଖିବାରେ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକାର ୮୧ ପ୍ରତିଶତ ଲୋକ ମୋବାଇଲରେ ପର୍ଣ୍ଣ ଦେଖୁଥିୁବା ବେଳେ ବ୍ରାଜିଲ ୭୯ ପ୍ରତିଶତ ସହ ତୃତୀୟ ନମ୍ୱରରେ ରହିଛି। ଏହାପରେ ୭୦ ପ୍ରତିଶତ ସହ ଜାପାନ ଏବଂ ୭୪ ପ୍ରତିଶତ ସହ ୟୁକେ ରହିଛି।

ପର୍ଣ୍ଣ ହବର ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୧୩ରେ ସାରା ବିଶ୍ୱରେ ୪୦ ପ୍ରତିଶତ ଲୋକ ପର୍ଣ୍ଣ ଭିଡିଓ ମୋବାଇଲେ ଦେଖୁଥିଲେ। ଏହି ସମସ୍ତ ତଥ୍ୟ ସମସ୍ତ ପର୍ଣ୍ଣ ସାଇଟର ଟ୍ରାଫିକ ଅନୁଯାୟୀ ପ୍ରସ୍ତୁତ କରିଛି ପର୍ଣ୍ଣ ହବ।

ସେହିପରି ଏହି ପ୍ରସଙ୍ଗରେ ନିକଟରେ ସ୍ୱିଡେନର ମୋବାଇଲ ନିର୍ମାତା କମ୍ପାନୀ ଏରିକସନ କହିଥିଲା, ମୋବାଇଲ ଡାଟା ବ୍ୟବହାରରେ ଭାରତ ନମ୍ୱର ୧ରେ ରହିଛି। ପ୍ରତି ମୋବାଇଲରୁ ଏବେ ହାରାହାରି ମାସିକ ୯.୮ ଜିବି ଡାଟା ଖର୍ଚ୍ଚ ହେଉଛି। ୨୦୨୪ ବେଳକୁ ଏହି ସଂଖ୍ୟା ୧୮ ଜିବି ହୋଇଯିବ। ଭାରତରେ ଡିଜିଟାଲ ଟ୍ରାଞ୍ଜାକସନକୁ ଗୁରୁତ୍ୱ ଦିଆଯାଉଥିବାରୁ ୨୦୨୧ ସୁଦ୍ଧା ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୮୨୯ ମିଲିଅନ ପହଞ୍ଚିଯିବ।



from Odisha Reporter https://ift.tt/37rcU0Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages