ଜଳିଗଲେ ୫୦ କୋଟି ଜୀବଜନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 4, 2020

ଜଳିଗଲେ ୫୦ କୋଟି ଜୀବଜନ୍ତୁ

କାନବେରା: ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ଦୀର୍ଘ ୪ ମାସ ହେବ ଜଙ୍ଗଲରେ ଲାଗିଥିବା ଏହି ନିଆଁ ଏବେ ଚରମସୀମାରେ ପହଞ୍ଚିଛି। ଫଳରେ ଜଙ୍ଗଲରେ ଥିବା ପାଖାପାଖି ୫୦ କୋଟି ଜୀବଜନ୍ତ ଏବଂ ପକ୍ଷୀ ପୋଡ଼ି ହୋଇଯାଇଛନ୍ତି। ଏହି ନିଆଁ ଅଷ୍ଟ୍ରେଲିଆର ଭିକ୍ଚୋରିଆ ଏବଂ ନ୍ୟୁ ସାଉଥଓ୍ୱେଲସ ଅଞ୍ଚଳରେ ଲାଗିଛି। ଏହି ନିଆଁର ଆଁରେ ୨୦୦ରି ଅଧିକ ଘର ପୋଡ଼ି ନଷ୍ଟ ହୋଇଯାଇଛି। ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଯାବତ ୧୮ ଜଣ ଲୋକଙ୍କ ମୃତ୍ୟୁ ବାବଦରେ ଜଣାପଡ଼ିଛି। ହେଲେ ଆଗାମୀ ସମୟରେ ଏହି ସଂଖ୍ୟା ବଢ଼ିପାରେ।

ନିଆଁରେ ଗଛ ଲତା ଓ ଅନେକ ଜୀବଜନ୍ତୁ ପୋଡ଼ି ହୋଇଯିବା ଫଳରେ ସାରା ସହର ଧୂଆଁଳିଆ ହୋଇଯାଇଛି। ଲୋକମାନେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଛନ୍ତି। ଏବେ ସମସ୍ତେ ନିଜ ନିଜ ଘର ଛାଡ଼ି ଅନ୍ୟତ୍ର ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ସରକାର ମଧ୍ୟ ଅନେକ ସ୍ଥାନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି।

ୟୁନିଭର୍ସଟି ଅଫ୍ ସିଡ଼ନୀର ଇକୋଲଜିଷ୍ଟ ବିଭାଗ ଅନୁମାନ କରି କହିଛି, ୪ ମାସ ହେବ ଏହି ନିଆଁ ଲାଗିଛି। ଏଥିରେ ୫୦ କୋଟି ଜୀଜବନ୍ତୁଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ସ୍ତନ୍ୟପାୟୀ ପଶୁ, ପକ୍ଷୀ ଏବଂ ଅନେକ ଜୀବଜନ୍ତୁ ରହିଛନ୍ତି।

ଭିକ୍ଟୋରିଆରେ ସ୍ଥିତି ସବୁଠୁ ଗମ୍ଭୀର ରହିଛି। ଶନିବାର ପବନ ବୋହିବା ଫଳରେ ନିଆଁ ଆହୁରି ଜୋର ଜଙ୍ଗଲରେ ଲାଗିଛି। ଜଙ୍ଗଲରେ ନିଆଁ ଲାଗିବା ଫଳରେ ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ବଢ଼ିଯାଇଛି। ଏବେ ଦମକଳବାହିନୀଙ୍କୁ ନିଆଁ ଲିଭାଇବାରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି ବୋଲି ଜଣାପଡ଼ିଛି। ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ପାର୍ ହୋଇଛି।

ନ୍ୟୁ ସାଉଥ ଓ୍ୱେଲସର ମଧ୍ୟ-ଉତ୍ତର ଅଞ୍ଚଳରେ ସବୁଠାରୁ ଅଧିକ କୋଆଲ (ତୃଣଭୋଜି ପ୍ରାଣୀ) ରୁହନ୍ତି। ଏବେ ଜଙ୍ଗଲରେ ନିଆଁ ଲାଗିବା ଫଳରେ ଏମାନଙ୍କ ସଂଖ୍ୟା ବହୁତ କମିଯାଇଛି ବୋଲି ଜଣାପଡ଼ିଛି।

ଦେଶରେ ଏଭଳି ସ୍ଥିତି ଦେଖି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମାଁରିସନ ୪ ଦିବସୀୟ ଭାରତ ଗସ୍ତକୁ ବାତିଲ୍ କରିଛନ୍ତି।



from Odisha Reporter https://ift.tt/2MY6qyX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages