ଆବଶ୍ୟକ ସାମଗ୍ରୀ: ନୁଡଲ୍ସ, ଲଙ୍କା ଗୁଣ୍ଡ, ମକା ଗୁଣ୍ଡ, ଚିଜ୍ କ୍ୟୁବ୍ସ, କଟା କ୍ୟାପ୍ସିକମ୍ ରିଫାଇନ୍ ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପ୍ୟାନ୍ରେ ପାଣି ଗରମ କରି ନୁଡଲ୍ସକୁ ସିଝାନ୍ତୁ। ସିଝିଗଲା ପରେ ଏହାକୁ ଏକ ପାତ୍ରକୁ ବାହାର କରନ୍ତୁ। ଆଉଏକ ପାତ୍ରରେ କଟା କ୍ୟାପ୍ସିକମ୍, ଚିଜ୍ କ୍ୟୁବ୍ସ, ଲୁଣ, ଲଙ୍କା ଗୁଣ୍ଡ ଓ ମକା ଅଟା ମିଶାଇ ଗୋଳାନ୍ତୁ। ଏଥିରେ ଏବେ ସିଝା ନୁଡଲ୍ସକୁ ପକାନ୍ତୁ। କରେଇରେ ତେଲ ଗରମ କର ଏହି ମିଶ୍ରଣକୁ ଗୋଲ୍ ଗୋଲ୍ କରି ଛାଣନ୍ତୁ। ପକୁଡ଼ି ଛାଣି ହୋଇ ଗୋଲ୍ଡେନ୍ ବ୍ରାଉନ୍ ହୋଇଗଲା ପରେ ଏହାକୁ ଏକ ପ୍ଲେଟ୍ରେ ଟିସୁ ପେପେର୍ ପକାଇ ତା’ଉପରେ ବାହାର କରନ୍ତୁ। ଯାହାଫଳରେ ଅତିରିକ୍ତ ତେଲ ବାହାରିଯିବ। ଏବେ ପ୍ରସ୍ତୁତ ହୋଇଗଲା ନୁଡୁଲ୍ସ ପକୋଡ଼ା। ଏହାକୁ ଆପଣ ସସ୍ କିମ୍ବା ଚଟନି ସହ ଖାଇପାରିବେ।
from Odisha Reporter https://ift.tt/2GzIpL5
No comments:
Post a Comment