ଇନ୍ଦିରାଙ୍କ ପରାମର୍ଶକୁ ନେଇ ଚିଡ଼ିଗଲେ ନିର୍ଭୟାଙ୍କ ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 17, 2020

ଇନ୍ଦିରାଙ୍କ ପରାମର୍ଶକୁ ନେଇ ଚିଡ଼ିଗଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟା ମାମାଲାର ଦୋଷୀଙ୍କୁ କ୍ଷମା ଦେବା ପାଇଁ ଆଶା ଦେବୀ(ନିର୍ଭୟା ମା)ଙ୍କୁ ପରାମର୍ଶ ଦେଇଥିଲେ। ଏଭଳି ପରାମର୍ଶକୁ ନେଇ ନିର୍ଭୟାଙ୍କ ମା’ ଚିଡ଼ିଯାଇଛନ୍ତି। ଜବାବରେ ସେ କହିଛନ୍ତି ପରାମର୍ଶ ଦେବାକୁ ଇନ୍ଦିକା କିଏ? ସମସ୍ତ ଦୋଷୀଙ୍କୁ ଫାଶୀ ହେଉ ବୋଲି ସାରା ଦେଶ ଚାହୁଁଛି। ଏଭଳି କିଛି ଲୋକଙ୍କ ପାଇଁ ସାରା ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ୁଛି ବୋଲି ସେ କହିଛନ୍ତି। ଭଗବାନ କହିଲେ ମଧ୍ୟ ମୁଁ କ୍ଷମା ଦେବିନି ବୋଲି ନିର୍ଭୟାଙ୍କ ମା’ କହିଛନ୍ତି।

ଶୁକ୍ରବାର ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉଦାହରଣ ଦେବାକୁ ଯାଇ କହିଥିଲେ, ‘ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ସୋନିଆ ଗାନ୍ଧି କ୍ଷମା ଦେଇଛନ୍ତି। ଏହି ଭାବରେ ନିର୍ଭୟାଙ୍କ ମା’ ମଧ୍ୟ କ୍ଷମା ଦେବା ଦରକାର’।

ଯାହାର ଜବାବ ଦେଇ ଆଶା ଦେବୀ କହିଛନ୍ତି, ‘ମୋର ବିଶ୍ୱାସ ହେଉନି। ଏଭଳି ପରାମର୍ଶ ଦେବାକୁ ଇନ୍ଦିରା ଜୟ ସିଂହଙ୍କର କେମିତି ସାହାସ ହେଉଛି? ସୁପ୍ରିମକୋର୍ଟରେ ଅନେକ ଥର ତାଙ୍କ ସହ ଏହି ମାମଲାରେ ଦେଖା ସାକ୍ଷାତ ହୋଇଛି। ହେଲେ କେବେ ମୋର ହାଲଚାଲ ବାବଦରେ ପଚାରି ନାହାନ୍ତି। ଆଉ ଏବେ ଏଭଳି ପରାମର୍ଶ ଦେବାକୁ ସାହାସ କେମିତି ହେଲା? ଏଭଳି ବ୍ୟକ୍ତି ଦୁଷ୍କର୍ମକାରୀଙ୍କୁ ସମର୍ଥନ କରି ନିଜ ଜୀବିକାକୁ ବଞ୍ଚାଇ ରଖୁଛନ୍ତି। ଏଥିପାଇଁ ଦୁଷ୍କର୍ମ ଘଟଣାରେ ରୋକ୍ ଲାଗୁନି’।

ସୂଚନାଯୋଗ୍ୟ, ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କ ଫାଶୀ ତାରିଖ ଘୋଷଣା କରିଛନ୍ତି। ଜାନୁଆରୀ ୨୨ ଫାଶୀ ଦିଆଯିବାର ତାରିଖ ଉପରେ ରୋକ୍ ଲାଗିବା ପରେ କୋର୍ଟ ନୂଆ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ଆସନ୍ତା ଫେବୃଆରୀ ୧ ତାରିଖରେ ୪ ଜଣ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ। ସେହିଦିନ ସକାଳ ୬ଟା ବେଳକୁ ଏହି ଦୋଷୀମାନଙ୍କୁ ଫାଶୀ ଦିଆଯିବ।



from Odisha Reporter https://ift.tt/2RwqYAb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages