୪ଟି ମନ୍ଦିରରେ କଳାକନା ବୁଲାଇଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 7, 2020

୪ଟି ମନ୍ଦିରରେ କଳାକନା ବୁଲାଇଦେଲେ

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଡଗରପଡ଼ା ଅଞ୍ଚଳରେ ଥିବା ୪ଟି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରାଧାକୁଷ୍ଣ ମନ୍ଦିର, ତାରିଣୀ ମନ୍ଦିର, ମାଉସୀମା’ ମନ୍ଦିର ଓ ବଉଳାଶୁଣୀ ମନ୍ଦିରରେ ଚୋରି ହୋଇଥିବା ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ଚୋରମାନେ ଗ୍ରୀଲ୍‌ ଭାଙ୍ଗି ମନ୍ଦିର ଭିତରକୁ ପଶିଥିଲେ। ମନ୍ଦିରରେ ଥିବା ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କାପଇସା ନେବା ସହ ଠାକୁରଙ୍କ ରୁପା ବଳା, ମୁକୁଟ, ମଙ୍ଗଳସୂତ୍ର ଓ ରୁପା ଚିତା ନେଇଯାଇଛନ୍ତି।

ଆଜି ସକାଳେ ପୂଜକ ମନ୍ଦିର ଆସିବା ପରେ ଏ ବିଷୟରେ ଜଣାପଡ଼ିଥିଲା। ସେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଏହା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।



from Odisha Reporter https://ift.tt/36CBpby

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages