ଆଜି ଗୁଗଲ୍‌ର ଡୁଡଲ୍‌ରେ ଥିବା ବ୍ୟକ୍ତି ଜଣଙ୍କ କିଏ ଜାଣନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

ଆଜି ଗୁଗଲ୍‌ର ଡୁଡଲ୍‌ରେ ଥିବା ବ୍ୟକ୍ତି ଜଣଙ୍କ କିଏ ଜାଣନ୍ତି?

ମୁମ୍ବାଇ: ଦେଶର ମହାନ କବି, ଗୀତିକାର ତଥା ଉର୍ଦ୍ଦୁ ଶାୟର୍‌ କୈଫି ଆଜମୀଙ୍କର ଆଜି ହେଉଛି ୧୦୧ତମ ଜନ୍ମଦିନ। ଏହି ଅବସରରେ ସାରା ଦେଶର ପ୍ରଶଂସକମାନେ ତାଙ୍କୁ ମନେ ପକାଉଛନ୍ତି। ଗୁଗଲ୍‌ ମଧ୍ୟ ତାଙ୍କ ସମ୍ମାନରେ ତାଙ୍କ ଫଟୋର ଡୁଡଲ୍‌ ବନାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛି। ଗୁଗଲ୍‌ ରଖିଥିବା ଫଟୋରେ କୈଫି ଏକ ଧଳା କୁର୍ତ୍ତା ପିନ୍ଧି ଶାୟରୀ ପଢ଼ୁଥିବା ଦେଖିବାକୁ ମିଳିଛି।

ଉତ୍ତରପ୍ରଦେଶର ଆଜମଗଡ଼ରେ ଜନ୍ମ ହୋଇଥିଲେ କୈଫି ଆଜମୀ। ପ୍ରେମ କବିତାଠୁ ଆରମ୍ଭ କରି ପଟକଥା ଓ ବଲିଉଡ୍‌ ଗୀତ ଲେଖିବାରେ ସେ ମାହିର୍‌ ଥିଲେ। ବିଂଶ ଶତାବ୍ଦୀର ପ୍ରସିଦ୍ଧ କବିମାନଙ୍କ ମଧ୍ୟରୁ ସେ ଥିଲା ଅନ୍ୟତମ। କୈଫି ନିଜର ପ୍ରଥମ କବିତା ମାତ୍ର ୧୧ ବର୍ଷ ବୟସରେ ଲେଖିଥିଲେ। ଏକ ଉର୍ଦ୍ଦୁ ଖବରକାଗଜରେ କାମ କରିବା ପାଇଁ ସେ ମୁମ୍ବାଇ ଚାଲିଆସିଥିଲେ। ତାଙ୍କର ପ୍ରଥମ କବିତା ୧୯୪୩ରେ ପ୍ରକାଶିତ ହୋଇଥିଲା। ଏହାପରେ ସେ Progressive Writers’ Associationର ସଦସ୍ୟ ହୋଇଯାଇଥିଲେ ଓ କେବଳ ସାମାଜିକ ଓ ଆର୍ଥିକ ସୁଧାର ଆଣିବା ଦିଗରେ ଲେଖାଲେଖି କରିଥିଲେ। ସେ ଅନେକ ପୁରସ୍କାର ପାଇଥିଲେ। ସେଥିରେ ଥିଲା ଫିଲ୍ମ ଫେୟାର୍‌ ପୁରସ୍କାର, ସାହିତ୍ୟ ଓ ଶିକ୍ଷା ପାଇଁ ପ୍ରଦ୍ମଶ୍ରୀ ପୁରସ୍କାର, ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ସାହିତ୍ୟ ଏକାଡେମୀ ସମ୍ମାନ ଓ ସାହିତ୍ୟ ଏକାଡେମୀ ଫେଲୋଶିପ୍। କେବଳ ଏତିକି ନୁହେଁ, ତାଙ୍କ ସମ୍ମାନରେ ସରକାର ‘ଖୟାମ ଏକ୍ସପ୍ରେସ’ ନାମକ ଏକ ଟ୍ରେନ୍‌ ମଧ୍ୟ ବାହାର କରିଥିଲେ। ଏହି ଟ୍ରେନ୍‌ ତାଙ୍କ ଜନ୍ମସ୍ଥାନ ଆଜମଗଡ଼ରୁ ଦିଲ୍ଲୀକୁ ଚାଲୁଛି।

କୈଫିଙ୍କର ପ୍ରସିଦ୍ଧ କବିତାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ‘ଔରତ୍‌’। ଏଥିରେ ସେ ମହିଳାଙ୍କ ସମାନତା ବିଷୟରେ କହିଥିଲେ। ଏହି କବିତା ପାଇଁ ସେ ବହୁତ ପ୍ରସିଦ୍ଧି ପାଇଥିଲେ। ଜଣାଇଦେବାକୁ ଚାହୁଁ ଯେ କୈଫି ଆଜମୀ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀଙ୍କ ପିତା। ୨୦୦୨ ମସିହା ମେ ୧୦ ତାରିଖରେ ୮୩ ବର୍ଷ ବୟସରେ  ତାଙ୍କର ପରଲୋକ ହୋଇଥିଲା।



from Odisha Reporter https://ift.tt/2t6ENgF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages