ବିନିକା (ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ମୁନା ପଧାନ। ତାଙ୍କ ଘର ଅତାବିରା ଗାଁରେ।
ଆଜି ସକାଳେ ମୁନା ତାଙ୍କ ପଲସର ବାଇକ୍ରେ ଯାଉଥିବା ବେଳେ ବିଶାଲପାଲି ଛକ ନିକଟରେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପୁଲିସ୍ କହିଛି।
from Odisha Reporter https://ift.tt/2TigyGD
No comments:
Post a Comment