ସ୍ପଞ୍ଜ ଆଇରନ୍‌ କାରଖାନାରେ ଅଣନିଃଶ୍ୱାସୀ ହୋଇ ଦୁଇ ଶ୍ରମିକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 6, 2020

ସ୍ପଞ୍ଜ ଆଇରନ୍‌ କାରଖାନାରେ ଅଣନିଃଶ୍ୱାସୀ ହୋଇ ଦୁଇ ଶ୍ରମିକ ମୃତ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଆଇଡିସି ଅଞ୍ଚଳରେ ଥିବା ‘ପୂଜା’ ସ୍ପଞ୍ଜ ଆଇରନ କାରଖାନାରେ ଅଣନିଃଶ୍ୱାସୀ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଅଜୟ ସମଦ ଏବଂ ଫ୍ରାନସିସ୍ କେର୍କେଟା।

ଗତକାଲି ଅଜୟ ଓ ଫ୍ରାନସିସ୍ କାରଖାନାର ଫରନେସ୍‌ ସଫା କଲା ବେଳେ ଅଣନିଃଶ୍ୱାସୀ ହୋଇ ସଂଜ୍ଞାହୀନ ହୋଇଯାଇଥିଲେ। ଉଭୟଙ୍କୁ ପ୍ରାୟ ରାତି ସାଢ଼େ ନଅଟା ବେଳେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ କାରଖାନା ପରିସରରେ ଓ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳେ ମଧ୍ୟ କାରଖାନା ସମ୍ମୁଖରେ ଶ୍ରମିକ ଓ ସ୍ଥାନୀୟ ଲୋକେମାନେ ଏକତ୍ରିତ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ୍‌ ମୁତୟନ ହୋଇଛନ୍ତି।  ଏଥିସହ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2T0eKly

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages