ସାଇବାବାଙ୍କ ଜନ୍ମଭୂମିକୁ ନେଇ ବଢ଼ିଲା ବିବାଦ, ଆଜିଠୁ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 18, 2020

ସାଇବାବାଙ୍କ ଜନ୍ମଭୂମିକୁ ନେଇ ବଢ଼ିଲା ବିବାଦ, ଆଜିଠୁ ବନ୍ଦ

ମୁମ୍ୱାଇ: ସାଇବାବାଙ୍କ ଜନ୍ମଭୂମିକୁ ନେଇ ବିବାଦ ବଢ଼ିଛି। ଏହାପରେ ଆଜିଠୁ ଶିରିଡି ସାଇ ବନ୍ଦ କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମଭୂମି ମହାରାଷ୍ଟ୍ରର ପାଥରୀ ବୋଲି କହିବା ପରେ ଏହି ବିବାଦ ବଢ଼ିଛି। ଉଦ୍ଧବଙ୍କ ଏହି ମନ୍ତବ୍ୟ ପରେ ବିଜେପି ସାଂସଦ ସୁଜୟ ଭିଖେ ପାଟିଲ ଆଇନଗତ ଲଢ଼େଇ ପାଇଁ ଚେତାବନୀ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏଭଳି ମନ୍ତବ୍ୟ ଦେବା ପରେ ଶିରିଡି ଗାଁଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସାଇ ଟ୍ରଷ୍ଟର ସଦସ୍ୟ କହିଛନ୍ତି, ପାଥରୀରେ ମୁଖ୍ୟମନ୍ତ୍ରୀ ଯଦି ବିକାଶ ଚାହୁଁଛନ୍ତି ତା’ହେଲେ କୌଣସି ଆପତ୍ତି ନାହିଁ। ହେଲେ ପାଥରୀକୁ ସାଇଙ୍କ ଜନ୍ମଭୂମି କହିବା ଠିକ୍ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ସାଇ ଭକ୍ତ ନିରାଶ ହୋଇଛନ୍ତି। ସ୍ଥିତି ଏମିତି ଉପୁଜିଛି ଯେ ଶିରିଡି ସାଇକୁ ବନ୍ଦ କରିବା ପାଇଁ ବାଧ୍ୟ ହେଉଛୁ ବୋଲି ସେ କହିଛନ୍ତି।

ଉଦ୍ଧବଙ୍କ ଏହି ମନ୍ତବ୍ୟ ପରେ ସ୍ଥିତି ଶାନ୍ତ କରିବାକୁ ଯାଇ ବିଧାନ ପରିଷଦର ଉପସଭାପତି ଏବଂ ଶିବସେନା ନେତା ନିଲମ ଗୋହେଁ ଗୁରୁବାର ଶିରିଡ଼ି ପହଞ୍ଚି ବନ୍ଦ ନକରିବାକୁ ଆହ୍ୱାନ କରିଥିଲେ। ମୁଖ୍ୟମନ୍ତ୍ରୀ ଏବାବଦରେ ଶିରିଡ଼ି ବାସୀଙ୍କ ସହ ଆଲୋଚନା କରିବେ ବୋଲି ସେମାନେ କହିଥିଲେ।

ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ବିଜେପି ଘେରିଛି। ବିଜେପି ସାଂସଦ ସୁଜୟ ଭିଖେ ପାଟିଲ କହିଛନ୍ତି, ପାଥରୀ ସାଇବାବାଙ୍କ ଜନ୍ମଭୂମି ନୂଆ ସରକାର ଆସିବା ପରେ କହିଛନ୍ତି। ଶିରିଡ଼ି ବାସୀ ଏହାକୁ ନେଇ ଆଇନଗତ ଲଢ଼େଇ କରିପାରନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଅଶୋକ ଚୌହ୍ୱାନ କହିଛନ୍ତି, ଜନ୍ମଭୂମିକୁ ନେଇ ବିବାଦ ବଢ଼ିବା ପରେ ପାଥରୀରେ ଶ୍ରଦ୍ଧାଳୁଙ୍କୁ ଦିଆଯିବାକୁ ଥିବା ସୁବିଧା ସୁଯୋଗକୁ ବିରୋଧ ନହେବା ଦରକାର।

ସୂଚନାଯୋଗ୍ୟ, ପରଭଣୀ ଜିଲ୍ଲାର ପାଥରୀ ଶିରିଡୀ ପାଖରୁ ୨୭୫ କିଲୋମିଟର ଦୂର। ଠାକରେ ଏବେ ପାଥରୀକୁ ସାଇଙ୍କ ଜନ୍ମଭୂମି କହିବା ସହିତ ଏଠିକାର ବିକାଶ ପାଇଁ ୧୦୦ କୋଟି ଟଙ୍କା ଘୋଷଣା କରିଛନ୍ତି। ହେଲେ ଅସଲ କଥା ହେଲା ସାଇଙ୍କ ଜନ୍ମଭୂମିକୁ ନେଇ ଏଯାବତ କୌଣସି ପ୍ରମାଣ ନାହିଁ। କିନ୍ତୁ ଲୋକ କଥାରେ କୁହାଯାଏ, ସେ ଶିରିଡ଼ିରେ ଆସି ସ୍ଥାୟୀ ଭାବରେ ରହିଯାଇଥିଲେ। ଏହାପରେ ଶିରିଡ଼ିର ପରିଚୟ ସାଇଙ୍କ ନାମରେ ହୋଇଆସିଛି।



from Odisha Reporter https://ift.tt/38oSxSV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages