ସୁଆଦିଆ ନୁହେଁ ଇଜିପ୍ଟ ପିଆଜ, ଅଧାରେ ବି ନେଉ ନାହାନ୍ତି ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 18, 2020

ସୁଆଦିଆ ନୁହେଁ ଇଜିପ୍ଟ ପିଆଜ, ଅଧାରେ ବି ନେଉ ନାହାନ୍ତି ଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶୀ ପିଆଜ ପରି ସୁଆଦିଆ ନୁହେଁ ଇଜିପ୍ଟରୁ ଆସିଥିବା ପିଆଜ। ତେଣୁ ୨ ମାସ ହେବ ବିକ୍ରି ହୋଇ ନ ପାରି ପଡ଼ି ରହିଛି। ଏହା କ୍ରମଶଃ ପଚିବାକୁ ବସିଥିବା ବେଳେ ଅଧା ଦାମ୍‌ରେ ଦେଲେ ବି ନେଉ ନାହାନ୍ତି ଲୋକେ । ଯାହାକି ଏବେ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

୨ ମାସ ମଧ୍ୟରେ ମାତ୍ର ୨ ହଜାର ଟନ୍ ପିଆଜ ବିକ୍ରି ହୋଇପାରିଛି । ଆହୁରି ୩୪ ହଜାର ଟନ୍ ଇଜିପ୍ଟ ପିଆଜ ବିକ୍ରି ନ ହୋଇ ପଡ଼ି ରହିଛି। ଏହି ପିଆଜ ବଡ଼ ଓ ସ୍ୱାଦହୀନ ହୋଇଥିବାରୁ କିଣିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ଗ୍ରାହକ।

ଗତ ନଭେମ୍ବର ଓ ଡିସେମ୍ବର ମାସରେ ରାଜ୍ୟରେ ପିଆଜ ସଙ୍କଟ ଦେଖାଦେଇଥିବା ବେଳେ ତୁର୍କୀ ଓ ଇଜିପ୍ଟରୁ ଏହି ପିଆଜ ମଗାଯାଇଥିଲା । କିଲୋ ପ୍ରତି ୫୫ ଟଙ୍କାରେ ଏହାକୁ ବିକ୍ରି କରିବାକୁ ଯୋଜନା କରାଯାଇଥିଲା । ହେଲେ କେହି କିଣୁନଥିବାରୁ ଏବେ ୨୫ ଟଙ୍କାରେ ବିକିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଅଧା ଦାମରେ ବିକ୍ରି କରାଗଲେ ସରକାର ଅଧାରୁ ଅଧିକ କ୍ଷତି ସହିବେ । କିନ୍ତୁ ଅଧିକ ଦିନ ରଖାଯିବା ଅସମ୍ଭବ ହେଉଥିବାରୁ ସରକାର ଏହାକୁ ତୁରନ୍ତ ବିକ୍ରି କରିବା ଲାଗି ଯୋଜନା କରୁଛନ୍ତି । ତଥାପି ଏହାକୁ କିଣିବାକୁ ଲୋକେ ଆଗ୍ରହ ପ୍ରକାଶ କରୁ ନାହାନ୍ତି।

ଆମ ରାଜ୍ୟରେ ବିକ୍ରି ନ ହେଲେ  ପଡ଼ୋଶୀ ଦେଶ ବାଂଲାଦେଶ, ଶ୍ରୀଲଙ୍କା, ନେପାଳ ଓ ମାଲଦ୍ୱୀପକୁ ପଠାଇବାକୁ ମଧ୍ୟ ଯୋଜନା କରାଯାଉଥିବା ସୂଚନା ମିଳିଛି ।



from Odisha Reporter https://ift.tt/376xtQK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages